ବ୍ରହ୍ମପୁର ୩୧/୧୦: ପିଣ୍ଟୁ ଦାସକୁ ଫୁଲବାଣୀ ଜେଲ୍ ସ୍ଥାନାନ୍ତର । ପୀତବାସ ହତ୍ୟା ମାମଲାରେ ଅଭିଯୁକ୍ତ ପୂର୍ବତନ ମେୟର ପିଣ୍ଟୁ ଦାସକୁ ଫୁଲବାଣୀ ଜେଲ୍ ସ୍ଥାନାନ୍ତର ହୋଇଛନ୍ତି । ବ୍ରହ୍ମପୁର ମଣ୍ଡଳ କାରଗାରାରୁ ଫୁଲବାଣୀ ଜେଲ୍କୁ ସ୍ଥାନାନ୍ତର କରାଯାଇଛି । ପିଣ୍ଟୁ ଦାସଙ୍କ ସୁରକ୍ଷା ନେଇ SDJM କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଜେଲ୍ରେ ପିଣ୍ଟୁଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପିଟିସନ ଦାଖଲ ହୋଇଥିଲା । ପିଣ୍ଟୁଙ୍କ ସମର୍ଥକ ଶାନ୍ତି ମିଶ୍ର ହତ୍ୟା ମାମଲାରେ ଜେଲ୍ରେ ଅଛି ମଉଜ ମିଶ୍ର । ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ରଙ୍କ ସମେତ ୬ ଜଣ ବ୍ରହ୍ମପୁର ଜେଲ୍ରେ ଅଛନ୍ତି ।
ସୂଚନା ଥାଉକି, କଡ଼ା ସୁରକ୍ଷା ବଳୟ ଭିତରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲକୁ ଯାଇଛନ୍ତି ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାଶ । ପୋଲିସ ଏସ କର୍ଟରେ ପିଣ୍ଟୁଙ୍କୁ ନିଆଯାଉଛି । ପୀତବାସ ପଣ୍ଡା ହତ୍ୟା ମାମଲାରେ ପିଣ୍ଟୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ ପିଣ୍ଟୁ । ଯାହା ଜଣାପଡ଼ିଛି ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ପିଣ୍ଟୁ ଦାସଙ୍କ ସୁରକ୍ଷା ନେଇ SDJM କୋର୍ଟରେ ପିଟିସନ ଦାଖଲ ହୋଇଥିଲା ।
ପୂର୍ବରୁ ପିଣ୍ଟୁଙ୍କ ଘନିଷ୍ଠ ଶାନ୍ତି ମିଶ୍ରଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାର ଅଭିଯୁକ୍ତମାନଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇସାରିଥିବା ବେଳେ ସେମାନେ ଏବେ ବ୍ରହ୍ମପୁର ଜେଲ୍ରେ ଅଛନ୍ତି । ୮ଜଣଙ୍କୁ ଜେଲ୍ ହୋଇଥିବା ବେଳେ ୫ଜଣ ଜାମିନ୍ରେ ମୁକୁଳିଛନ୍ତି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ମଉଜ ମିଶ୍ର ଓ ଦୁଇଜଣ ସହଯୋଗୀ ବ୍ରହ୍ମପୁର ଜେଲ୍ରେ ଅଛନ୍ତି । ତେଣୁ ପିଣ୍ଟୁଙ୍କ ଜୀବନ ପ୍ରତି ସେଠାରେ ବିପଦ ରହିଥିବା ଦର୍ଶାଇ ବ୍ରହ୍ମପୁର ଜେଲ୍ ଅଧୀକ୍ଷକ ତାଙ୍କୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରିବାକୁ କୋର୍ଟକୁ ନିବେଦନ କରିଥିଲେ ।




