ପିସିସି ସଭାପତିଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ, ରାଜ୍ୟସଭା ନିର୍ବାଚନ ପାଇଁ ଲୋଡିଲେ ସହଯୋଗ

ପିସିସି-ସଭାପତିଙ୍କ-ସହ-କଥା-ହେଲେ-ଦିଲ୍ଲୀପ-ରାୟ,-ରାଜ୍ୟସଭା-ନିର୍ବାଚନ-ପାଇଁ-ଲୋଡିଲେ-ସହଯୋଗ

ପିସିସି ସଭାପତିଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ, ରାଜ୍ୟସଭା ନିର୍ବାଚନ ପାଇଁ ଲୋଡିଲେ ସହଯୋଗ

Published By: Kirti – Prameya-News7 Bureau | March 04, 2026 11:31 AM

NEWS7

break

ଭୁବନେଶ୍ୱର ୦୪।୦୩ : ପିସିସି ସଭାପତିଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ । ହୋଲି ଶୁଭେଚ୍ଛା ସହ ସମର୍ଥନ ମାଗିଛନ୍ତି ଦିଲ୍ଲୀପ। ବୁଧବାର ସକାଳୁ ସକାଳୁ ଫୋନ୍ ଜରିଆରେ କଥା ହୋଇଛନ୍ତି ଦିଲ୍ଲୀପ।

ରାଜ୍ୟସଭା ନିର୍ବାଚନ । ରାଜ୍ୟରେ ହେବାକୁ ଥିବା ୪ଟି ଆସନ ଲାଗି ଚାଲିଛି ହଟ୍ଟଚମଟ । ଏସବୁ ଭିତରେ ବିଜେଡି ୩ୟ ସିଟ୍ ପାଇଁ ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରିଥିବା ବେଳେ ୪ର୍ଥ ଆସନ ଲାଗି ଡ. ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିଛି। ସେହିପରି ମଙ୍ଗଳବାର ଦିନ ବିଜେପି ପକ୍ଷରୁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା । ମନମୋହନ ସାମଲ ଏବଂ ସୁଜିତଙ୍କ କୁମାରଙ୍କ ନାଁରେ ମୋହର ମାରିଥିଲା ସଂସଦୀୟ ବୋର୍ଡ କମିଟି । ଏହି ଘୋଷଣାର କିଛି ସମୟ ପରେ ଦିଲ୍ଲୀପ ରାୟ ସ୍ୱାଧୀନ ଭାବେ ରାଜ୍ୟସଭା ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ । ଯାହାକୁ ରାଜ୍ୟ ବିଜେପି ସମର୍ଥନ କରିବ ବୋଲି ଘୋଷଣା କରିଥିଲେ ସଭାପତି ମନମୋହନ ସାମଲ । ଆଉ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଦିଲ୍ଲୀପ ରାୟ ସମସ୍ତ ଦଳ ସହିତ ନିଜେ କଥା ହେଉଛନ୍ତି । ଏହିକ୍ରମରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ଦିଲ୍ଲୀପ ରାୟ । ଆଗାମୀ ରାଜ୍ୟସଭା ନିର୍ବାଚନରେ ସମର୍ଥନ ଦେବାକୁ ସହଯୋଗ ମାଗିଛନ୍ତି ଦିଲ୍ଲୀପ ରାୟ ।

Scroll to Top