ପାଣି ଆଣିବାକୁ ଯାଉଥିବା ବେଳେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

ପାଣି-ଆଣିବାକୁ-ଯାଉଥିବା-ବେଳେ-କାନ୍ଥ-ପଡି-ମହିଳାଙ୍କ-ମୃତ୍ୟୁ

ପାଣି ଆଣିବାକୁ ଯାଉଥିବା ବେଳେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | August 24, 2025 IST

ଅନୁଗୋଳ ୨୪।୮: ଅନୁଗୋଳରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ନଳକୂପକୁ ପାଣି ପାଇଁ ଯାଉଥିବା ବେଳେ କାନ୍ଥ ପଡି ଯାଇଥିଲା । ଫଳରେ ମହିଳାଙ୍କ ଜୀବନ ଚାଲିଯାଇଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଡାବରଧୁଆଁ ଗାଁରେ ଅଘଟଣ । ନଳକୂପକୁ ପାଣି ପାଇଁ ଯାଉଥିବା ବେଳେ ମାଡ଼ି ବସିଲା କାନ୍ଥ । ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ହେଲେ ଡାବରଧୁଆଁ ଗ୍ରାମର ପ୍ରମିଳା ମହାଳିକ । ତାଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡିଛି ।

ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ସେହି ଗାଁରେ ଜଣକ ଘରର କାନ୍ଥ ଅସୁରକ୍ଷିତ ଅବସ୍ଥାରେ ଥିଲା । ସେହି ବାଟ ଦେଇ ପ୍ରମିଳା ନଳକୂପକୁ ପାଣି ପାଇଁ ଯାଉଥିବା ବେଳେ ପ୍ରମିଳାଙ୍କ ଉପରେ ମାଡିବସିଲା ସେହି ଘରର କାନ୍ଥ । ପରିବାର ଲୋକ ଦେଖି ସଙ୍ଗେ ସଙ୍ଗେ ପ୍ରମିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

You Can Read:

ବଲାଙ୍ଗିର ଓ ମୟୁରଭଞ୍ଜରେ ଖୋଲିବ କୃଷି ମହାବିଦ୍ୟାଳୟ, ସୋନପୁରରେ ହେବ ଫିସରୀ କଲେଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top