ପଶ୍ଚିମବଙ୍ଗର ସ୍ଵତନ୍ତ୍ର ଗହନ ପୁନଃନିରୀକ୍ଷଣ(SIR) ସଂପର୍କିତ ମାମଲାରେ ବଡ଼ ଆଦେଶ ଦେଲେ ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ କହିଛନ୍ତି, SIR ଟ୍ରିବ୍ୟୁନାଲ ଦ୍ଵାରା କ୍ଲିନ ଚିଟ୍ ପାଇଥିବା ମତଦାତା ଭୋଟ୍ ଦେଇ ପାରିବେ। ଏପ୍ରିଲ ୨୧ ସୁଦ୍ଧା ଯେଉଁ ଭୋଟରଙ୍କୁ ଏହି କ୍ଲିନଚିଟ୍ ମିଳିଛି ସେମାନେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଇ ପାରିବେ। ଏହିପରି ଏପ୍ରିଲ୨୭ ସୁଦ୍ଧା ଟ୍ରିବ୍ୟୁନାଲରୁ କ୍ଲିନ ଚିଟ୍ ପାଇଥିବା ଭୋଟର ଦ୍ଵିତୀୟ ପର୍ଯ୍ୟାୟରେ ଭୋଟ୍ ଦେଇ ପାରିବେ।
Published By: Deepak – Prameya-News7 Bureau | April 16, 2026 06:06 PM
NEWS7
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସ୍ଵତନ୍ତ୍ର ଗହନ ପୁନଃନିରୀକ୍ଷଣ(SIR) ସଂପର୍କିତ ମାମଲାରେ ବଡ଼ ଆଦେଶ ଦେଲେ ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ କହିଛନ୍ତି, SIR ଟ୍ରିବ୍ୟୁନାଲ ଦ୍ଵାରା କ୍ଲିନ ଚିଟ୍ ପାଇଥିବା ମତଦାତା ଭୋଟ୍ ଦେଇ ପାରିବେ। ଏପ୍ରିଲ ୨୧ ସୁଦ୍ଧା ଯେଉଁ ଭୋଟରଙ୍କୁ ଏହି କ୍ଲିନଚିଟ୍ ମିଳିଛି ସେମାନେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଇ ପାରିବେ। ଏହିପରି ଏପ୍ରିଲ୨୭ ସୁଦ୍ଧା ଟ୍ରିବ୍ୟୁନାଲରୁ କ୍ଲିନ ଚିଟ୍ ପାଇଥିବା ଭୋଟର ଦ୍ଵିତୀୟ ପର୍ଯ୍ୟାୟରେ ଭୋଟ୍ ଦେଇ ପାରିବେ। ଏହି ନିଷ୍ପତ୍ତି ସେହି ଭୋଟରଙ୍କ ହିତ ପାଇଁ ନିଆଯାଇଛି, ଯାହାଙ୍କ ନାଁ SIR ପ୍ରକ୍ରିୟା ସମୟରେ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା। ଏସବୁ ଭୋଟରଙ୍କ ଆବେଦନ ଉପରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ଶୁଣାଇଥିଲେ।
Updating…




