ପଳାସପଲ୍ଲୀ ଓଭରବ୍ରିଜ ନିକଟରେ ଭୟଙ୍କର ଦୁର୍ଘଟଣା, ଜଣକୁ ପିଟିଲା ‘ଆମ ବସ୍’

ପଳାସପଲ୍ଲୀ-ଓଭରବ୍ରିଜ-ନିକଟରେ-ଭୟଙ୍କର-ଦୁର୍ଘଟଣା,-ଜଣକୁ-ପିଟିଲା-‘ଆମ-ବସ୍’

ପଳାସପଲ୍ଲୀ ଓଭରବ୍ରିଜ ନିକଟରେ ଭୟଙ୍କର ଦୁର୍ଘଟଣା, ଜଣକୁ ପିଟିଲା ‘ଆମ ବସ୍’

Published By: Chikun – Prameya-News7 Bureau | February 23, 2026 10:40 PM

NEWS7

Ama Bus

ଭୁବନେଶ୍ବର: ପଳାସପଲ୍ଲୀ ଓଭରବ୍ରିଜରେ ଭୟଙ୍କର ‘ଆମ ବସ୍’ ଦୁର୍ଘଟଣା। ‘ଆମ ବସ୍’ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ, ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ବ୍ୟକ୍ତି ଜଣକ କାର୍ଗିଲ ବସ୍ତିର ରମେଶ ପାତ୍ର।

ସେପଟେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ‘ଆମ ବସ୍’ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ପ୍ରବଳ ମାଡ଼ ମାରିଛନ୍ତି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥିତି ଆୟତ୍ତ ହେଇପାରିନାହିଁ।

Updating…

Scroll to Top