ପରୀକ୍ଷା ଦେବାକୁ ଯିବାବେଳେ କଲେଜ ଛାତ୍ରୀଙ୍କ ବେକ କାଟିବା ଘଟଣା, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
Published By: Chikun – Prameya-News7 Bureau | March 09, 2026 10:59 PM
NEWS7
କୋଣାର୍କ: ପରୀକ୍ଷା ଦେବାକୁ ଯିବାବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କ ବେକ କାଟିବା ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ଗୋପ ପୋଲିସ। ଅଭିଯୁକ୍ତ ଜଣଙ୍କ ଗୋପ ଥାନା ଅନ୍ତର୍ଗତ ମଲଗ୍ରାମର ମାୟାଧର ପଣ୍ଡା। ପୋଲିସ ବିଭିନ୍ନ ସିସିଟିଭି ଯାଞ୍ଚ କରିବା ସହିତ ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରିଥିଲା । ଆଉ ଅଭିଯୁକ୍ତ ନାଗପୁର ବଜାରରେ ଥିବାର ଖବର ପାଇବା ପରେ ଉଠାଇ ଆଣିଥିଲା ଗୋପ ପୋଲିସ।
ସୂଚନାଥାଉକି, ଗତ ଶୁକ୍ରବାର ଯୁକ୍ତଦୁଇ ପରୀକ୍ଷା ଦେବାକୁ ଯାଉଥିବା ବେଳେ ନାଗପୁର ରାସ୍ତା ମୁଗୁରିଆ ଠାରେ ଜଣେ ଛାତ୍ରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ। ଏଥିରେ ଗୁରୁତର ହୋଇପଡ଼ିଥିଲେ ଛାତ୍ରୀ ଜଣକ। ତାଙ୍କୁ ପ୍ରଥମେ ଗୋପ ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରଯାଇଥିଲା।




