ପଣା ସଂକ୍ରାନ୍ତିରେ ଗାଁଠୁ ସହର ଉତ୍ସବ ମୁଖର, ଆଜିଠୁ ନୂଆ ପାଞ୍ଜି ଆରମ୍ଭ

ପଣା-ସଂକ୍ରାନ୍ତିରେ-ଗାଁଠୁ-ସହର-ଉତ୍ସବ-ମୁଖର,-ଆଜିଠୁ-ନୂଆ-ପାଞ୍ଜି-ଆରମ୍ଭ

ଭୁବନେଶ୍ୱର ୧୪।୦୪: ଆଜି ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି । ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି। ସେଥିପାଇଁ ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି ।

ପୁରୀରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ବିଶେଷ ମହତ୍ୱ ରହିଛି। ପୁରୀ ସହରରେ ଥିବା ପାରମ୍ପରିକ ଜାଗା ଆଖଡ଼ାରେ ହନୁମାନ ଇଷ୍ଟଦେବ ରୂପେ ପୂଜା ପାଉଥିବାରୁ ଏଠାରେ ହନୁମାନ ଜୟନ୍ତୀକୁ ବେଶ୍ ଆଗ୍ରହ ଉତ୍ସାହର ସହ ପାଳନ କରାଯାଉଛି। ଜାଗା ଆଖଡ଼ାରେ ମଲ୍ଲଯୋଦ୍ଧା ଓ କସରତ କରୁଥିବା ଯୁବକମାନେ ଆଜିଠାରୁ କୁସ୍ତି ଓ ବ୍ୟାୟାମ ପ୍ରଶିକ୍ଷଣର ଶୁଭାରମ୍ଭ କରିଛନ୍ତି।

Also Read:-Horoscope Today : ଏପ୍ରିଲ ୧୪ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ତେବେ ଆଜିର ଦିନରେ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପଣା ଓ ଛତୁଆ ଭୋଗର ପରମ୍ପରା ମଧ୍ୟ ରହିଛି। ପଣା ସଂକ୍ରାନ୍ତି ଅବସରରେ ଆଜିଠାରୁ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଦୋଳ ପୂର୍ଣ୍ଣିମାରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥିଲା। ତେଣୁ ନୂତନ ପଞ୍ଜିକା ଅନୁଯାୟୀ ଆଜିଠାରୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ନେଇ ଧାର୍ଯ୍ୟ ହୋଇଥିବା ଦିବସ ଅନୁଯାୟୀ ସବୁ ସାମାଜିକ କାର୍ଯ୍ୟ ହୋଇଥାଏ। ସେହିପରି ବିଭିନ୍ନ ପୀଠରେ ଆଜି ଝାମୁଯାତ୍ରା ପାଳନ ହେଉଛି । କେଉଁଠି ନିଆଁରେ ଚାଲିବା ପରମ୍ପରା ରହିଛି, କେଉଁଠି ଦେହରେ କଣ୍ଟା ଫୁଟାଇ ଶ୍ରଦ୍ଧାଳୁମାନେ ମାନସିକ ପୂରଣ କରିଥାନ୍ତି।

Watch Video:-

Scroll to Top