ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ : ଚାଷ ସମୟରେ ସୋସାଇଟିରେ ନାହିଁ ସାର, ହେଉଛି କଳାବଜାରୀ

ପଞ୍ଜୀକରଣ-ପ୍ରକ୍ରିୟାକୁ-ନେଇ-ଚାଷୀ-ଅସନ୍ତୋଷ-:-ଚାଷ-ସମୟରେ-ସୋସାଇଟିରେ-ନାହିଁ-ସାର,-ହେଉଛି-କଳାବଜାରୀ

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ : ଚାଷ ସମୟରେ ସୋସାଇଟିରେ ନାହିଁ ସାର, ହେଉଛି କଳାବଜାରୀ

Published By : Prameya-News7 Bureau | August 23, 2025 IST

ଭୁବନେଶ୍ବର ୨୩।୮: ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ଚାଷୀ ଏବେ ଅସନ୍ତୁଷ୍ଟ ଏବଂ କ୍ଷୁବ୍ଧ । ପଞ୍ଜୀକରଣ ଜଟିଳ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଅଛନ୍ତି । ସମାବେଶର ଠିକ୍ ପୂର୍ବରୁ ସରକାର ତରବରିଆ ଭାବେ ସରଳୀକରଣ କଲେ ବୋଲି ଘୋଷଣା କଲେ । କିନ୍ତୁ ପ୍ରକୃତରେ ଯେପରି କୁହାଗଲା ସେପରି ସରଳୀକରଣ ହୋଇନି । ଚାଷୀକୂଳ ଏହାକୁ ବିରୋଧ କରୁଛନ୍ତି । ଚାଷ ସମୟରେ ସୋସାଇଟିରେ ସାର ନାହିଁ । କଳାବଜାରୀ ହେଉଛି । ତିନି ଚାରି ଗୁଣ ଅଧିକ ଦରରେ ଚାଷୀ ସାର କିଣୁଛନ୍ତି । ଚାଷୀ ମାନଙ୍କ ଉଦ୍ଦେଶ୍ୟରେ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । MSPକୁ ଆଇନସିଦ୍ଧ କରିବା ପାଇଁ ଦାବି ହେଉଛି । ବିଧାନସଭାରେ ବିଜେଡି ଚାଷୀ ପ୍ରସଙ୍ଗ ଉଠାଇବ ବୋଲି ପ୍ରସନ୍ନ ଆଚାର୍ଯ୍ୟ । 

You Can Read:

ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହାତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ଦାରା ସିଂଙ୍କୁ ସଜ୍ଜା ମୁକ୍ତ କରିବାକୁ ହିନ୍ଦୁ ସଂଗଠନର ଦାବି

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top