ନେପାଳି ଯୁବକଙ୍କ ପାଇଁ ସାଙ୍ଗମାନଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ମନେପକାଇ ଗଡ଼ାଇଲେ ଲୁହ  

ନେପାଳି-ଯୁବକଙ୍କ-ପାଇଁ-ସାଙ୍ଗମାନଙ୍କ-ଅଶ୍ରୁଳ-ଶ୍ରଦ୍ଧାଞ୍ଜଳି,-ମନେପକାଇ-ଗଡ଼ାଇଲେ-ଲୁହ- 

ନେପାଳି ଯୁବକଙ୍କ ପାଇଁ ସାଙ୍ଗମାନଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ମନେପକାଇ ଗଡ଼ାଇଲେ ଲୁହ  

Published By: Sangita – Prameya-News7 Bureau | October 12, 2025 03:14 PM

NEWS7

Sundergarh

ସୁନ୍ଦରଗଡ଼:  ବନ୍ଧୁ ତ ବନ୍ଧୁ। ସେ ନିଜ ଅଞ୍ଚଳର ହେଉ କି ଅନ୍ୟ  କେଉଁ ଅଞ୍ଚଳର। ବନ୍ଧୁ ପାଇଁ ସବୁବେଳେ ଦରଦ, ଭଲ ପାଇବା ଓ ସହାନଭୂତି ରହିବ।  ସେମିତି ନେପାଳର ଜଣେ  ଯୁବକ ଯିଏ କି ସୁନ୍ଦରଗଡ଼ରେ ରହୁଥିଲେ। ନାଁ ତାଙ୍କର ନବରାଜ ଅଧିକାରୀ,  ଯିଏ ଜଣେ ନେପାଳୀ ଯୁବକ । ସେ କିଛିଦିନ ହେବ ସୁନ୍ଦରଗଡ଼ରେ ରହୁଥିଲେ। ସେ ସୁନ୍ଦରଗଡ଼ରେ ମସାଜ ସେବା ସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ଯୋଗଦେଉଥିଲେ। ଭଲ କାମ କରି ସୁନ୍ଦରଗଡ଼ରେ ସେ ଖୁବ୍ ପରିଚିତ। ତାଙ୍କର ସେଠାରେ ଅନେକ  ବନ୍ଧୁ। ମିଳାମିଶା ସ୍ୱଭାବ ଯୋଗୁ ନବରାଜ ଅଧିକାରୀ ସୁନ୍ଦରଗଡ଼ର ଅନେକ ଲୋକଙ୍କ ମନକୁ ଜିଣି ନେଇଥିଲେ।

ହେଲେ ଗତ ୯ ତାରିଖରେ ତାଙ୍କ ଜନ୍ମସ୍ଥାନ ନେପାଳର କାଠମାଣ୍ଡୁ ନିକଟରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ସେ ଅକାଳରେ ପ୍ରାଣ ହରାଇଥିଲେ। ଯେଉଁ ଖବର ଆସିବା ପରେ ସୁନ୍ଦରଗଡ଼ରେ ତାଙ୍କ ବନ୍ଧୁ ଓ ସହକର୍ମୀମାନେ ବେଶ୍ ଭାବବିହ୍ୱଳ  ହୋଇପଡ଼ିଥିଲେ। ସେଥିପାଇଁ ତାଙ୍କ ସ୍ମୃତିରେ ସୁନ୍ଦରଗଡ଼ରେ ରହୁଥିବା ତାଙ୍କ ସାଙ୍ଗମାନେ ତାଙ୍କୁ ଅଶ୍ରୁଭରା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମିତ୍ରତା ଓ ମାନବତାର ଏହି ଦୃଶ୍ୟ ସଭିଙ୍କ ହୃଦୟକୁ ଛୁଇଁ ଯାଇଥିଲା। ଯେତେବେଳେ ସମାଜରେ ମଣିଷ ମଣିଷକୁ ଅବହେଳା କରୁଛି, ସେତେବେଳେ ସୁନ୍ଦରଗଡ଼ର ସାଙ୍ଗମାନେ ଜଣେ ନେପାଳୀ ମିତ୍ରଙ୍କ ପ୍ରତି ଏଭଳି ସ୍ନେହ ଓ ଶ୍ରଦ୍ଧା ଜଣାଇ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

Scroll to Top