ନୂଆପଡାରେ ଗୋଟିଏ ଦିନରେ ମୈଦାନକୁ ଓହ୍ଲାଇବେ ମୋହନଙ୍କ ସହ ବିଷ୍ଣୁଦେବ, ଜୟ ଢୋଲକିଆଙ୍କ ପାଇଁ ମାଗିବେ ଭୋଟ୍

ନୂଆପଡାରେ-ଗୋଟିଏ-ଦିନରେ-ମୈଦାନକୁ-ଓହ୍ଲାଇବେ-ମୋହନଙ୍କ-ସହ-ବିଷ୍ଣୁଦେବ,-ଜୟ-ଢୋଲକିଆଙ୍କ-ପାଇଁ-ମାଗିବେ-ଭୋଟ୍

ନୂଆପଡାରେ ଗୋଟିଏ ଦିନରେ ମୈଦାନକୁ ଓହ୍ଲାଇବେ ମୋହନଙ୍କ ସହ ବିଷ୍ଣୁଦେବ, ଜୟ ଢୋଲକିଆଙ୍କ ପାଇଁ ମାଗିବେ ଭୋଟ୍

Published By: Ruby – Prameya-News7 Bureau | November 05, 2025 02:37 PM

NEWS7

Nuapada ByElection

ଭୁବନେଶ୍ବର ୫।୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ଚାଲିଛି କସରତ । ପ୍ରମୁଖ ରାଜନୈତିକ ଦଳ ମୈଦାନରେ ପ୍ରଚାର ଜୋରଦାର କରିଛନ୍ତି । ବିଭିନ୍ନ ଦଳର ଷ୍ଟାର୍ କ୍ୟାମ୍ପେନର ମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇବେ ଦୁଇ ହେଭିଓ୍ବେଟ୍ ।  ନଭେମ୍ବର ୬ ତାରିଖରେ ବିଜେପି ପ୍ରାର୍ଥୀ ଜୟଙ୍କ ପାଇଁ ଭୋଟ୍ ମାଗିବେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗୁରୁବାର ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏକ ସାଧାରଣ ସଭା କରି ଛତିଶଗଡ଼କୁ ଲାଗିଥିବା ନୂଆପଡ଼ାର କିଛି ଅଞ୍ଚଳରେ ପ୍ରଚାର କରିବେ ଭୋଟ୍ ମାଗିବେ ବିଷ୍ଣୁଦେବ ସାଏ

ସେହିଭଳି ଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ମୈଦନକୁ ଓହ୍ଲାଇବେ । ଗୁରୁବାର ୧୧ଟା ୩୦ମିନିଟ୍ ସମୟରେ କୋମନାରେ ରୋଡ୍ ଶୋ’ କରିବା ସହ ସାଧାରଣ ସଭାରେ ଯୋଗ ଦେବେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନୂଆପଡ଼ାର ପଞ୍ଚମପୁର ଠାରେ ଏକ ସାଧାରଣ ସଭା କରି ଭୋଟ୍ ମାଗିବେ 

Scroll to Top