ନୂଆପଡାରେ କନେଷ୍ଟବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଭିଡିଓ
Published By : Prameya-News7 Bureau | August 17, 2025 IST

ନୂଆପଡ଼ା: ନୂଆପଡାରେ ମହିଳା କନେଷ୍ଟବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା। ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଆସିଲା ସାମ୍ନାକୁ। ସ୍ୱାମୀ ଓ ଶାଶୁ ଙ୍କ ନିର୍ଯାତନା ସହି ହେଉନି ଯାହାପାଇଁ ଆତ୍ମହତ୍ୟା କରୁଛି। ମୋର ମୃତ୍ୟୁ ପାଇଁ ସ୍ୱାମୀ ଚୂଡ଼ାମଣି ଶବର ଓ ଶାଶୁ ମାଳତୀ ଶବର ଦାୟୀ ବୋଲି କହିଛନ୍ତି।
ମୃତକ ନୂଆପଡା ର ରୁକ୍ମଣୀ ନାଗ। ୨୦୧୫ ରେ ପୋଲିସ ବିଭାଗରେ ଚାକିରୀ ଆରମ୍ଭ କରିଥିବା ବେଳେ କୋମନା ଥାନା ଭେଳା ଗ୍ରାମର ପୋଲିସ କର୍ମଚାରୀ ଚୂଡ଼ାମଣିଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ଛଅ ମାସର ଶିଶୁ ମଧ୍ୟ ଅଛି। ପୂର୍ବରୁ କୁଆଡେ ଶାଶୁଙ୍କ କଥାରେ ପଡି ତାଙ୍କ ସ୍ୱାମୀ ଅନେକ ନିର୍ଯାତନା ଦେଉଥିଲେ। ଯାହାପାଇଁ ଦୁଇ ଜଣଙ୍କ ଭିତରେ ସବୁବେଳେ କଲି କଜିଆ ଲାଗି ରହୁଥିଲା। ପୁଅର ଯତ୍ନ ନେବାକୁ ବଡ଼ ଭଉଣୀ ତରୁଲତାକୁ ଭିଡିଓରେ ଅନୁରୋଧ କରିଥିବା ବେଳେ ତାକୁ ପାଠ ପଢାଇ ବଡ଼ ମଣିଷ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ଘଟଣା କୁ ଗୁରୁତର ସହ ନେଇଁ ନୂଆପଡା ଏସପି ଜି ଆର ରାଘବେନ୍ଦ୍ର ତଦନ୍ତ କରିବା ସହ ମୃତ କନେଷ୍ଟବଳଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖା ଯାଇଥିବା ସୂଚନା ମିଳିଛି।
ସମ୍ବନ୍ଧିତ ଖବର







