ନୂଆପଡ଼ା ମାହୋଲ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ, ଜୟ ଢୋଲକିଆଙ୍କ ସପକ୍ଷରେ ବାତାବରଣ ଅଛି

ନୂଆପଡ଼ା-ମାହୋଲ-ସମ୍ପୂର୍ଣ୍ଣ-ରୂପେ-ସ୍ପଷ୍ଟ,-ଜୟ-ଢୋଲକିଆଙ୍କ-ସପକ୍ଷରେ-ବାତାବରଣ-ଅଛି

ନୂଆପଡ଼ା ମାହୋଲ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ, ଜୟ ଢୋଲକିଆଙ୍କ ସପକ୍ଷରେ ବାତାବରଣ ଅଛି

Published By: Ruby – Prameya-News7 Bureau | November 09, 2025 03:53 PM

NEWS7

BJP

ଭୁବନେଶ୍ବର ୯୧୧: ନୂଆପଡ଼ା ମାହୋଲ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ । ଲୋକଙ୍କ ମତ ବି ସ୍ପଷ୍ଟ । ଜୟ ଢୋଲକିଆଙ୍କ ସପକ୍ଷରେ ବାତାବରଣ ଅଛି । ଲୋକଙ୍କ ବିପୁଳ ଜନ ସମର୍ଥନ ଅଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଆମ ମୁଖ୍ୟମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ସେଠାରେ ପ୍ରଚାରର ମଙ୍ଗ ଧରିଥିଲେ । ଲୋକେ ସମର୍ଥନ ଦେଇଛନ୍ତି । ପ୍ରତିଫଳନ ନଭେମ୍ବର ୧୪ରେ ହେବ ।

ନବୀନ ବାବୁ ଦୁଇ ଥର ଯାଆନ୍ତୁ କି ୫ ଥର ନୂଆପଡ଼ା ଯାଆନ୍ତୁ । ତାର କୌଣସି ପ୍ରଭାବ ପଡିବନି । ବିଜେଡ଼ି ନେତା ସେଠି ଯେଉଁ ସଭା ସମିତି କରୁଛନ୍ତି ସେଥିରେ ନୂଆପଡ଼ାବାସୀଙ୍କ ସମ୍ପୃକ୍ତି କେତେ ତାହା ସମସ୍ତେ ଜାଣିଛନ୍ତି ।

ସେପଟେ ବେଇମାନୀ ପ୍ରସଙ୍ଗରେ କହିଛନ୍ତି, ବିଜେଡି ଇତିହାସ ଖୋଲିବାକୁ ଚାହୁଁନାହିଁ । ଆହୁରି ଲଜ୍ଜିତ ହେବେ । ନବୀନଙ୍କ ପାଇଁ ଯିଏ ବି ବିଶ୍ବାସ ଘାତକତାର ସ୍କ୍ରିପ୍ଟ ଲେଖିଛି ଓ ଧରେଇଛି ସିଏ ନିଜେ ବୋଧେ ତାଙ୍କ ଇତିହାସ ଭୁଲିଯାଉଛନ୍ତି ଯେ ସେମାନେ କେମିତି ବିଶ୍ବାସ ଘାତକତା କରିଥିଲେ ବୋଲି ପୃଥ୍ବୀରାଜ କହିଛନ୍ତି ।

Scroll to Top