ନୂଆପଡ଼ା ଜନାଦେଶ: ବିଜେଡ଼ିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ କଂଗ୍ରେସ
Published By: Prativa – Prameya-News7 Bureau | November 14, 2025 10:19 AM
NEWS7
ଭୁବନେଶ୍ୱର ୧୪/୧୧: ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ପ୍ରକ୍ରିୟା ମୋଟ ୨୬ ରାଉଣ୍ଡ ମଧ୍ୟରୁ ଶେଷ ହୋଇ ସାରିଛି ପ୍ରଥମ ୫ ରାଉଣ୍ଡ ଭୋଟ ଗଣତି । ଲଗାତାର ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ଲିଡ୍ କରିବାରେ ଲାଗିଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୨୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ପଛକୁ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ତାଙ୍କ ପଛକୁ ଅଛି ବିଜେଡି ।
କିଏ ଜିତିବ ବାଜି, କାହାର ରହିବ ଦବ୍ଦବା, ତାହାକୁ ନେଇ ଜନତାଙ୍କ ରହିଛି ନଜର । ଆରମ୍ଭ ହୋଇଯାଇଛି ଭୋଟ ଗଣତି । ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ପ୍ରକ୍ରିୟା ହେବ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଜିତିବା ନେଇ ଆଶାବାଦୀ ଅଛନ୍ତି । ଏଥର ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ୮୩.୪୫ ପ୍ରତିଶତ ମତଦାନ କରିଛନ୍ତି ଭୋଟରମାନେ । ଏଥର ନୂଆପଡ଼ାରେ ଭୋଟରମାନେ ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରି ପାରନ୍ତି । ଗତ ୨୦୨୪ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଏଠାରେ ଅଧିକ ଭୋଟିଂ ହୋଇଛି । ୨୦୨୪ ଅପେକ୍ଷା ଏଠାରେ ୨୫ ହଜାର ଅଧିକ ମତ ସାବ୍ୟସ୍ତ କରିଛନ୍ତି ଭୋଟରମାନେ ।




