ନୂଆପଡ଼ା ଉପନିର୍ବାଚନ, ୩ ରାଜନୈତିକ ଦଳର କସରତ ଆରମ୍ଭ; ଚିଠା ଭୋଟର ତାଲିକା ପ୍ରକାଶ

ନୂଆପଡ଼ା-ଉପନିର୍ବାଚନ,-୩-ରାଜନୈତିକ-ଦଳର-କସରତ-ଆରମ୍ଭ;-ଚିଠା-ଭୋଟର-ତାଲିକା-ପ୍ରକାଶ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ତିନି ପ୍ରମୁଖ ରାଜନୈତିକ ଦଳର କସରତ । ସେପଟେ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବୈଠକରେ ନୂଆପଡ଼ାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧକୁ ନେଇ ସବୁ ରାଜନୈତିକ ଦଳ ସହ ଆଲୋଚନା କରିଥିଲେ CEO ଆଜି ଠାରୁ  ୨୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ନେଇ ଯାହାର କିଛି ଆପତ୍ତି ଥିବ ସେମାନେ ଅଭିଯୋଗ କରିପାରିବେ ବୋଲି କୁହାଯାଇଛି । ସେପଟେ ନୂଆପଡ଼ାରେ ଘାସିରାମ ମାଝୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ସଂକେତ ଦେଇଥିବା ବେଳେ ବିଜେଡି ଓ ବିଜେପିର କିଏ ହେବେ ଯୋଦ୍ଧା ତାହା ସ୍ପଷ୍ଟ ହୋଇନାହିଁ ।

ନୂଆପଡ଼ାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧକୁ ନେଇ ଆଜି ସବୁ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।  ଗତକାଲି ମତଦାନ କେନ୍ଦ୍ର ସ୍ଥାପନ ନେଇ ଚୂଡାନ୍ତ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଆଜି ସମନ୍ବିତ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି । ଏହି କ୍ରମରେ ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ନେଇ ଯାହାର କିଛି ଆପତ୍ତି ଅଛି ସେମାନେ ଅଭିଯୋଗ କରିପାରିବେ ବୋଲି ରାଜନୈତିକ ଦଳ ମାନଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  

ନିର୍ବାଚନ ଅଧିକାରୀ ଭୋଟର ତାଲିକା ପ୍ରସ୍ତୁତ କରୁଥିବା ବେଳେ ନୂଆପଡା ଉପ ନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ କସରତ ଆରମ୍ଭ କରିଦେଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ନୂଆପଡା ଉପନିର୍ବାଚନରେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । ଆଜି ଏନେଇ ସଙ୍କେତ ଛାଡ଼ିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ ଦେଇନଥିଲା କଂଗ୍ରେସ । ସ୍ବାଧୀନ ପ୍ରାର୍ଥୀ ହୋଇ ୫୧ ହଜାର ଭୋଟ ପାଇଥିଲେ ଘାସିରାମ୍ । ସେତେବେଳେ  କଂଗ୍ରେସ ପ୍ରାର୍ଥୀ ମାତ୍ର ୧୫ ହଜାର ଭୋଟ ପାଇଥିଲେ।  ଏବେ  କଂଗ୍ରେସର  ସର୍ବ କ୍ଷମା ଯୋଜନାରେ ଦଳକୁ ଫେରି ଜିଲ୍ଲା ସଂଯୋଜକ ଅଛନ୍ତି  ଘାସିରାମ ମାଝୀ ।

ସେପଟେ ବିଜେପି କାହାକୁ ଟିକେଟ ଦେବ ସେ ନେଇ କିଛି ସ୍ପଷ୍ଟ ହୋଇନି । ବସନ୍ତ ପଣ୍ଡାଙ୍କ ପରିବାରକୁ ନା ଆଉ କାହାକୁ ଏଠାରେ ଦଳ ମଇଦାନକୁ ଉତ୍ତାରିବ ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ସେହିଭଳି  ରାଜେନ୍ଦ୍ର ଢ଼ୋଲକିଆଙ୍କ ବିୟୋଗ ପରେ ଏଠାରେ ଅନୁକମ୍ପା ଭୋଟ  ହାତେଇବା ଯୋଜନାରେ ରହିଛି ବିଜେଡି । ରାଜ୍ୟରେ  ବିଜେପି ସରକାର ଆସିବା ପରେ ନୂଆପଡ଼ାରେ ହେବାକୁ ଯାଉଛି ପ୍ରଥମ  ଉପ ନିର୍ବାଚନ । ଯାହା ତିନି ଦଳ ପାଇଁ ଅଗ୍ନି ପରୀକ୍ଷା ହେବ ।

Scroll to Top