ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀ ଏବଂ ରଣନୀତି ନେଇ କୋର୍ କମିଟି ବୈଠକରେ ଆଲୋଚନା

ନୂଆପଡ଼ା-ଉପନିର୍ବାଚନ-ପ୍ରାର୍ଥୀ-ଏବଂ-ରଣନୀତି-ନେଇ-କୋର୍-କମିଟି-ବୈଠକରେ-ଆଲୋଚନା

ଭୁବନେଶ୍ବର ୧୨୧୦: ବିଜେପିରେ ଜୟ ଢୋଲକିଆ ମିଶିବା ପରେ ଉତ୍ସାହିତ ପଦ୍ମ ଶିବିର ଏହା ଭିତରେ ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ପାଇଁ ବସିଛି ବିଜେପି କୋର୍ କମିଟି ବୈଠକ ଏଥିରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ସଂସଦୀୟ ବୋର୍ଡକୁ ଦଳ ପଠାଇବ ଏବଂ ରେସ୍‌ରେ ଜୟ ହିଁ ଆଗରେ ଅଛନ୍ତି ସେପଟେ ସମସ୍ତଙ୍କ ନଜର ବସନ୍ତ ପଣ୍ଡାଙ୍କ ଉପରେ ଥିବାବେଳେ ଦଳ ଯାହାକୁ ପ୍ରାର୍ଥୀ କଲେ ମଧ୍ୟ ସେ ଦଳ ସହ ରହିବେ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା

ବିଜେପି କୋର୍ କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରଣନୀତି । ପୂର୍ବତନ ସଭାପତି, ମହମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକ ମାନଙ୍କୁ  ଟାସ୍କ ଦିଆଯାଇଛି । ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ ଏବଂ ସେ କେମିତି ଜିତିବେ ସେଥିପାଇଁ ସମସ୍ତେ କର୍ଯ୍ୟ କରିବେ । ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ସ୍ଥିର କରିବ । ୧୩ ତାରିଖରେ ନାମାଙ୍କନ ପାତ୍ର ଦାଖଲ ହେବାକୁ ଥିବାରୁ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ମୋଟାମୋଟି ଭାବେ ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀ ଏବଂ ରଣନୀତି ନେଇ ଆଜିର କୋର୍ କମିଟି ବୈଠକରେ ଆଲୋଚନା ହୋଇଥିବା ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା କହିଛନ୍ତି ।

ସେପଟେ ଜୟ ବିଗାଡ଼ି ଦେଲେ ବିଜେଡି ବିଜୟ ଗଣିତ ପ୍ରାର୍ଥୀ ଖୋଜିବାକୁ ନାକେଦମ୍ ହେଲାଣି ଦଳ ସୋମବାର ନୂଆପଡା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ହେଲେ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବିଜେଡିର ଅଡୁଆ ବଢିଯାଇଛି ଏହାର ସମାଧାନ ପାଇଁ ରବିବାର ସନ୍ଧ୍ୟାରେ ରାଜ୍ୟ ସ୍ତରୀୟ ନେତାଙ୍କ ଏକ ଟିମ୍ ନୂଆପଡା ଯାଇଛନ୍ତି ସୋମବାର ୧୧ଟାରେ ନିର୍ବାଚନ ଦାୟିତ୍ବରେ ଥିବା ୩ କମିଟି ଓ ପରେ ସ୍ଥାନୀୟ ନେତୃତ୍ବଙ୍କ ସହ ଆଲୋଚନା କରି ପ୍ରାର୍ଥୀ ସର୍ଟଲିଷ୍ଟ କରିବେ ପରେ ଏହି ତାଲିକାରୁ ଚୂଡ଼ୀନ୍ତ ପ୍ରାର୍ଥୀ ଘୋଷଣା କରିବେ ସଭାପତି ତେବେ ପ୍ରାର୍ଥୀ ରେସ୍‌ରେ ଅବନୀ ଯୋଶୀ, ମନୋଜ ମିଶ୍ର ଓ ଭାନୁ ମିଶ୍ର ଆଗରେ ଏହାସହ ବିଜେପି କାହାକୁ ପ୍ରାର୍ଥୀ କରୁଛି ଦଳ ତାଙ୍କ ଉପରେ ମଧ୍ୟ ନଜର ରଖିଛି ତେବେ ବିଜୟ ନେଇ ଦମ୍ଭ ଦେଖାଇଛନ୍ତି ବିଜେଡି ବିଧାୟକ

Scroll to Top