‘ନୂଆପଡ଼ାରେ ବିଜେପି ଭଳି ଦଳକୁ ପରାସ୍ତ କରିବା ପାଇଁ ଦଳ, କର୍ମୀ ଏବଂ ସମର୍ଥକ ମାନେ କାର୍ଯ୍ୟ କରିବେ’
Published By: Ruby – Prameya-News7 Bureau | October 18, 2025 06:33 PM
NEWS7
ଭୁବନେଶ୍ବର ୧୮।୧୦: ନୂଆପଡ଼ା ଉପନିର୍ବାଚନରେ ପାର୍ଟିର ସ୍ଥିତି ରାଜନୈତିକ ଅବସ୍ଥାକୁ ଦେଖି ନୂଆପଡ଼ାରେ ପ୍ରାର୍ଥୀ ନ ଦେବା ପାଇଁ ନିଷ୍ପତ୍ତି ନେଇଛି । ଏହାସହ ପାର୍ଟି ନିଷ୍ପତ୍ତି କରିଛି ନୂଆପଡାରେ ବିଜେପି ଭଳି ଦଳକୁ ପରାସ୍ତ କରିବା ପାଇଁ ଦଳ, କର୍ମୀ ଏବଂ ସମର୍ଥକ ମାନେ କାର୍ଯ୍ୟ କରିବେ । ଶନିବାର ଏନେଇ ପ୍ରଥମ ରାଜ୍ୟ ପରିଷଦ ବୈଠକ ବସିବା ପରେ ଅନେକ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ବାଲି ଓ ଖଣି ମାଫିଆଙ୍କ ନିୟନ୍ତ୍ରଣରେ ଓଡ଼ିଶା ଆସିଲାଣି । ଆଇନ ଶୃଙ୍ଖଳା ମାଫିଆ ମାନଙ୍କ ହାତରେ । ବାର୍ କାଉନସିଲ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ବିଜେପି ଦଳର ନେତ୍ରୀ ଏବଂ ଛାତ୍ରଛାତ୍ରୀ କେହି ବି ସୁରକ୍ଷିତ ନାହାନ୍ତି । ଜାଣିଶୁଣି ଦଙ୍ଗା ହେଉଛି, ପ୍ରଶ୍ନ ପତ୍ର ଲିକ୍ ହେଉଛି । ଓଡ଼ିଶାରେ ପ୍ରଶାସନ ପୋଲିସ କିଛି ନଥିବା ଭଳି ପ୍ରତ୍ୟୟମାନ ହେଉଛି ବୋଲି କହିଛନ୍ତି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ।




