ନିୟମ ଉଲ୍ଲଂଘନ ପଡ଼ିଲା ମହଙ୍ଗା, ଆଇନଜୀବୀ ପେଶାରୁ ନିଲମ୍ବିତ ହେଲେ ଅର୍ଚ୍ଚନା ନାଗ

ନିୟମ-ଉଲ୍ଲଂଘନ-ପଡ଼ିଲା-ମହଙ୍ଗା,-ଆଇନଜୀବୀ-ପେଶାରୁ-ନିଲମ୍ବିତ-ହେଲେ-ଅର୍ଚ୍ଚନା-ନାଗ

ଭୁବନେଶ୍ଵର: ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ନିୟମ ଉଲ୍ଲଂଘନ ପଡ଼ିଲା ମହଙ୍ଗା। ଆଇନଜୀବୀ ପେଶାରୁ ନିଲମ୍ବିତ ହେଲେ ଅର୍ଚ୍ଚନା ନାଗ।  ତାଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରିଛି ରାଜ୍ୟ ଆଇନଜୀବୀ ପରିଷଦ ବା ଷ୍ଟେଟ ବାର କାଉନସିଲ। ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କିତ ତଥ୍ୟକୁ ଗୋପନ ରଖି ସେ ଓକିଲାତି ଲାଇସେନ୍ସ ହାତେଇଥିଲେ।

ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ୱେ, ଓକିଲାତି ଲାଇସେନ୍ସ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥିବା ନିର୍ଦ୍ଧାରିତ ଧାରା ୧୪, ୧୫, ୧୬, ୧୭, ୨୦(ଖ) ରେ ସେ କୌଣସି ତଥ୍ୟ ଉଲ୍ଲେଖ କରିନଥିଲେ। ଏପରିକି ସେ ଦୁଇଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ଏ ସମସ୍ତ ବିଷୟରେ ଆଇନଜୀବୀ ପାଇଁ ପଞ୍ଜିକରଣ ସମୟରେ ନିର୍ଦ୍ଧାରିତ ଫର୍ମ ବିଷୟରେ ସୂଚନା ନିମନ୍ତେ ପ୍ରାବଧାନ ଥିବା ସତ୍ତ୍ୱେ, ତାକୁ ମଧ୍ୟ ଗୋପନ ରଖିଥିଲେ ଅର୍ଚ୍ଚନା ନାଗ।  ଏହା ଭାରତୀୟ ଅଧିବକ୍ତା ନିୟମ ୧୯୬୧ ର ବିରୁଦ୍ଧାଚରଣ କରୁଥିବା ପ୍ରମାଣିତ ହେଲା ପରେ ଅର୍ଚ୍ଚନାଙ୍କ ଓକିଲାତି ଲାଇସେନ୍ସକୁ ସସ୍ପେଣ୍ଡ କରିଛି ଷ୍ଟେଟ ବାର କାଉନସିଲ।

Scroll to Top