ନିର୍ବାଚନ ପ୍ରତିଶ୍ରୁତି ପାଳନ କଲେ ହରିଆଣା ମୁଖ୍ୟମନ୍ତ୍ରୀ: ବଢିଲା ବାର୍ଦ୍ଧକ୍ୟ ଭତ୍ତା

ନିର୍ବାଚନ-ପ୍ରତିଶ୍ରୁତି-ପାଳନ-କଲେ-ହରିଆଣା-ମୁଖ୍ୟମନ୍ତ୍ରୀ:-ବଢିଲା-ବାର୍ଦ୍ଧକ୍ୟ-ଭତ୍ତା

ନିର୍ବାଚନ ପ୍ରତିଶ୍ରୁତି ପାଳନ କଲେ ହରିଆଣା ମୁଖ୍ୟମନ୍ତ୍ରୀ: ବଢିଲା ବାର୍ଦ୍ଧକ୍ୟ ଭତ୍ତା

Published By: Avinash – Prameya-News7 Bureau | October 17, 2025 05:39 PM

NEWS7

haryana cn hikes monthly old age pension

ଚଣ୍ଡିଗଡ଼: ବାର୍ଦ୍ଧକ୍ୟ ଭତ୍ତା ବଢ଼ାଇଲେ ହରିଆଣା ସରକାର। ପୂର୍ବରୁ ଭତ୍ତା ୩ ହଜାର ଟଙ୍କା ଥିବା ବେଳେ ଏଥିରେ ୨୦୦ ଟଙ୍କା ବୃଦ୍ଧି କରାଯାଇଛି। ଏବେ ଠାରୁ ହରିଆଣାରେ ବାର୍ଦ୍ଧକ୍ୟ ଭତ୍ତା ୩୨୦୦ ଟଙ୍କା ମିଳିବ। ରାଜ୍ୟରେ ବିଜେପି ସରକାରର ଲଗାତର ତୃତୀୟ ପାଳିର ବର୍ଷେ ପୂରିବା ଖୁସୀରେ ମୁଖ୍ୟମନ୍ତ୍ରୀ ନୟାବ ସିଂହ ସାଇନି ବୟସ୍କମାନଙ୍କୁ ଏହି ଉପହାର ଦେଇଛନ୍ତି।

ଗତବର୍ଷ ସାଇନି କହିଥିଲେ ଯେ ତାଙ୍କ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଚାର ବେଳେ କରିଥିବା ୨୧୭ ପ୍ରତିଶ୍ରୁତିରେ ୪୬ଟି ପୂରଣ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସେ ୯୦ଟି ପ୍ରତିଶ୍ରୁତି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୂରଣ ହୋଇଥିବା ପ୍ରତିଶ୍ରୁତି ମଧ୍ୟରେ ଲାଡୋ ଲକ୍ଷ୍ମୀ ଯୋଜନା  ରହିଛି। ଏଥିରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରତି ମାସରେ ୨,୧୦୦ ଟଙ୍କା ପ୍ରଦାନ କରାଯାଉଛି।

ଏହା ପୂର୍ବରୁ ପଞ୍ଚକୁଲାରେ ଏକ ଜନ ବିଶ୍ୱାସ-ଜନ ବିକାଶରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନଭେମ୍ବର ୧ ରୁ ପେନସନ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ହେଲେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି। ତେବେ ଜାନୁଆରୀ ୧ ତାରିଖରୁ ଏହା ଲାଗୁ ହେବ। ତେବେ ନଭେମ୍ବର ମାସରୁ ହିତାଧିକାରୀମାନେ ବର୍ଦ୍ଧିତ ପେନସନ ପାଇବେ।  

Scroll to Top