ନିର୍ଦ୍ଦେଶକ ଭାବେ ବଲିଉଡ୍ରେ ଏଣ୍ଟ୍ରି କଲେ ଶାହରୁଖଙ୍କ ପୁଅ, ଇଭେଣ୍ଟରେ ଆର୍ଯ୍ୟନଙ୍କ ପ୍ରଶଂସା କଲେ ବବି

ନିର୍ଦ୍ଦେଶକ-ଭାବେ-ବଲିଉଡ୍ରେ-ଏଣ୍ଟ୍ରି-କଲେ-ଶାହରୁଖଙ୍କ-ପୁଅ,-ଇଭେଣ୍ଟରେ-ଆର୍ଯ୍ୟନଙ୍କ-ପ୍ରଶଂସା-କଲେ-ବବି

ନୂଆଦିଲ୍ଲୀ ୨୨।୦୮; ବଲିଉଡ୍‌ର ବାଦଶାହ ଶାହରୁଖ ଖାନ । ବର୍ତ୍ତମାନ ତାଙ୍କ ପୁଅ ଆର୍ଯ୍ୟନ ୱେବ୍‌ ସିରିଜ୍‌ ‘ଦ ବ୍ୟାଡ୍ସ ଅଫ୍‌ ବଲିଉଡ୍‌’ ଜରିଆରେ ନିର୍ଦ୍ଦେଶନା ଜଗତରେ ଏଣ୍ଟ୍ରି କରିଛନ୍ତି । ବୁଧବାର ସିରିଜ୍‌ର ପ୍ରିଭ୍ୟୁ ଲଞ୍ଚ୍‌ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହାର  ସଂଚାଳନା ଦାୟିତ୍ୱରେ ଥିଲେ ଶାହରୁଖ । ହାତରେ ଫ୍ୟାକ୍ଚର ଥାଇ ମଧ୍ୟ ଷ୍ଟାଇଲିଶ୍‌ ଲୁକ୍‌ରେ ଶାହରୁଖ୍‌ ଷ୍ଟେଜ୍‌ ଉପରକୁ ଏଣ୍ଟ୍ରି କରିଥିଲେ। 

 

ଇଭେଣ୍ଟରେ ଗୌରୀ ଓ ପୁଅ ଆର୍ଯ୍ୟନଙ୍କୁ ମଞ୍ଚ ଉପରକୁ ଡାକିଥିଲେ ଶାହରୁଖ୍‌ । ଏହା ଉଭୟଙ୍କ ପାଇଁ ଖାସ୍‌ ମୁହୂର୍ତ୍ତ ଥିଲା । ସିନେ ଇଣ୍ଡଷ୍ଟ୍ରିରେ ପୁଅର ଗ୍ରାଣ୍ଡ ଏଣ୍ଟ୍ରି ହେଉଥିବାବେଳେ ସେ ଖୁବ୍‌ ଭାବୁକ ହୋଇପଡ଼ିଥିଲେ । ପ୍ରଥମ ଥର ମଞ୍ଚ ଉପରେ ଦର୍ଶକଙ୍କୁ ସ୍ପିଚ୍‌ ଦେଉଥିବାରୁ ଆର୍ଯ୍ୟନ ସାମାନ୍ୟ ନର୍ଭସ୍‌ ନଜର ଆସିଥିଲେ । ତାଙ୍କ ଦ୍ୱାରା ଯଦି କିଛି ଭୁଲ ହୋଇଛି, ଦର୍ଶକ ତାଙ୍କୁ କ୍ଷମା କରିଦେବେ ବୋଲି ସେ ଅନୁରୋଧ ମଧ୍ୟ କରିଥିଲେ। ଆର୍ଯ୍ୟନଙ୍କ ପ୍ରଥମ ନିର୍ଦ୍ଦେଶିତ ସିରିଜ୍‌ ‘ଦ ବ୍ୟାଡ୍‌ସ ଅଫ୍‌ ବଲିଉଡ୍‌’ରେ ମୁଖ୍ୟ ଭୂମିକାରେ ଅଛନ୍ତି ବବି ଦେଓଲ, ଲକ୍ଷ୍ୟ, ଶହେର ବାମ୍ବା, ମନୋଜ ପହୱା, ମୋନା ସିଂହ, ମନୀଷ ଚୌଧରୀ, ରାଘବ, ଆନ୍ୟା ସିଂହ, ବୈଜୟନ୍ତ କୋହଲି ଓ ଗୌତମୀ  କପୁର । 

ଷ୍ଟେଜ ଉପରେ ବବି ଆର୍ଯ୍ୟନଙ୍କୁ ପ୍ରଶଂସା କରି କହିଥିଲେ- ମୁଁ ଆର୍ଯ୍ୟାନଙ୍କୁ ଛୋଟ ବେଳୁ ଦେଖିଛି। ଆର୍ଯ୍ୟାନ ଭିତରେ କିଛି ଯାଦୁକରୀ ଅଛି। ସେ ବିଶ୍ୱରେ ରାଜ କରିବେ। ମୁଁ ଏହି ଶୋ’ର ଅଂଶ ହେବାରୁ ବହୁତ ଭାଗ୍ୟବାନ। ଆର୍ଯ୍ୟାନଙ୍କ ଶୋ’ ମୋ ପାଇଁ ସ୍ୱତନ୍ତ୍ର। ଏହି ଶୋ’ରେ ପ୍ରତ୍ୟେକ ଅଭିନେତା ବହୁତ ଭଲ କାମ କରିଛନ୍ତି। ତାହା ପରଦା ଉପରେ ଆଣିବା ଆର୍ଯ୍ୟାନଙ୍କ ପାଇଁ ସହଜ ନଥିଲା। ସବୁଠାରୁ ବଡ କଥା ଶାହରୁଖ୍‌ଙ୍କ ଝଲକ୍‌ ମଧ୍ୟ ଏଥିରେ ଦେଖିବାକୁ ମିଳିବା ସହ ଅମୀରଙ୍କ ଛୋଟ ଭୂମିକା ବି ରହିଛି। କିଛି ୟୁଜର୍ସ ଆର୍ଯ୍ୟନଙ୍କୁ ବଲିଉଡ୍‌ର ଆଗାମୀ ଦିନର ଷ୍ଟାର୍‌ ବୋଲି କହିଛନ୍ତି । 

Scroll to Top