‘ନିଜ ପ୍ରାର୍ଥୀଙ୍କୁ ବିଜେପିକୁ ପଠାଇବା ପରେ, ବିଜେଡି ଏବେ ପ୍ରାର୍ଥୀ ଦେବାକୁ ବି ଅସମର୍ଥ’

‘ନିଜ-ପ୍ରାର୍ଥୀଙ୍କୁ-ବିଜେପିକୁ-ପଠାଇବା-ପରେ,-ବିଜେଡି-ଏବେ-ପ୍ରାର୍ଥୀ-ଦେବାକୁ-ବି-ଅସମର୍ଥ’

‘ନିଜ ପ୍ରାର୍ଥୀଙ୍କୁ ବିଜେପିକୁ ପଠାଇବା ପରେ, ବିଜେଡି ଏବେ ପ୍ରାର୍ଥୀ ଦେବାକୁ ବି ଅସମର୍ଥ’

Published By: Ruby – Prameya-News7 Bureau | October 15, 2025 04:01 PM

NEWS7

Bhakta Charan Das

ଭୁବନେଶ୍ବର ୧୫୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟ ଛକାପଞ୍ଝା । ଏହାରି ଭିତରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ପ୍ରାର୍ଥୀ ଖୋଜୁଛି ବିଜେଡି । ଏଭଳି ସ୍ଥିତିରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭକ୍ତ ଲେଖିଛନ୍ତି, ଓଡ଼ିଶାରେ ବିଜେପି ଆଗରେ ବିଜେଡି ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି । ନିଜ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଥାନାନ୍ତର କରିବା ପରେ, ସେମାନେ ଏବେ ପ୍ରାର୍ଥୀ ଦେବାକୁ ମଧ୍ୟ ଅସମର୍ଥ ମଣୁଛନ୍ତି । ବିଜେଡି ଏତେ ତଳକୁ ଖସିଯିବ ଯେ ବିଜୁ ବାବୁଙ୍କ ଐତିହ୍ୟକୁ RSS-BJPକୁ ବିକ୍ରି କରିବ ବୋଲି କେବେ ଭାବି ନ ଥିଲୁ

​​​​​​​

BJD has completely surrendered before BJP in Odisha. After transferring their own candidate Jay Dholakia to BJP, they now seem incapable of even fielding a candidate.

Never thought BJD would stoop so low as to sell Biju Babu’s legacy to the RSS-BJP.#NuapadaMaangeNyay

— Bhakta Charan Das (@BhaktaCharanDas) October 15, 2025

 

Scroll to Top