ନାବାଳିକା ଛାତ୍ରୀକୁ ନାବାଳକ ଛାତ୍ରର ଦୁଷ୍କର୍ମ, ଗିରଫ ପରେ ସୁଧାର ଗୃହକୁ ପଠାଇଲା ପୋଲିସ

ନାବାଳିକା-ଛାତ୍ରୀକୁ-ନାବାଳକ-ଛାତ୍ରର-ଦୁଷ୍କର୍ମ,-ଗିରଫ-ପରେ-ସୁଧାର-ଗୃହକୁ-ପଠାଇଲା-ପୋଲିସ

ଭଦ୍ରକ: ନାବାଳିକା ଛାତ୍ରୀଙ୍କୁ ପ୍ରେମରେ ଫସାଇ ଦୁଷ୍କର୍ମ ଅଭିଯୋଗ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ନାବାଳକ ଛାତ୍ରକୁ ଗିରଫ କରାଯାଇଥିବାବେଳେ, ତାକୁ ସୁଧାର ଗୃହକୁ ପଠାଯାଇଛି। 

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ ଅଞ୍ଚଳର ୧୪ ବର୍ଷୀୟା ନାବାଳିକା  ତାଙ୍କ ସମ୍ପର୍କୀୟ ଘରେ ରହି ପଢୁଥିଲେ । ଏହା ମଧ୍ୟରେ ଛାତ୍ରୀଙ୍କର ଆଇଟିଆଇ ପଢ଼ୁଥିବା ଧାମନଗର ଥାନା ଅଧୀନ ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳକ ସହିତ ଇନଷ୍ଟାଗ୍ରାମରେ ପରିଚୟ ସୃଷ୍ଟି ହୋଇଥିଲା । ଏହା କ୍ରମଶଃ ଘନିଷ୍ଠ ହୋଇଥିଲା ।

ଏହାର ଭିତରେ ମାସେ ତଳେ ଛାତ୍ରୀଙ୍କ ମାଆ ଝିଅ ଅପହରଣ ହୋଇଥିବା ନେଇ ଧୂଷୁରୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ସେହିଦିନ ଝିଅ ଫେରି ଆସିଥିଲା । 

ତେବେ ନିକଟରେ ଛାତ୍ରୀଙ୍କ ଜଣେ ସମ୍ପର୍କୀୟଙ୍କ ମୋବାଇଲକୁ ତାଙ୍କର ଅଶ୍ଲୀଳ ଭିଡିଓ ଆସିଥିଲା । ଏହା ଦେଖି ପରିବାର ଲୋକେ ଝିଅକୁ ପଚାରିବାରୁ ତାର ଜଣେ ଛାତ୍ର ସହିତ ସମ୍ପର୍କ ଥିବା ସ୍ୱୀକାର କରିଥିଲା । ଏ ସମ୍ପର୍କରେ ଛାତ୍ରୀର ମାଆ ଦୁଇଦିନ ତଳେ ଧୂଷୁରୀ ଥାନାରେ ଏତଲା ଦେଇଥିଲେ ଏବଂ ଏହାକୁ ଭିତ୍ତିକରି ଧୂଷୁରୀ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ଆଇଆଇସି ଅଜୟ ସୁଦର୍ଶନ ବାଗେ ଏହାର ତଦନ୍ତ କରି ନାବାଳକ ଛାତ୍ରକୁ ଗିରଫ କରିଥିଲେ । ସମ୍ପୃକ୍ତ ନାବାଳକକୁ ନେଇ ସାଇଣ୍ଟିଫିକ ଟିମ ସହିତ ଦୁଷ୍କର୍ମ ହୋଇଥିବା ଘଟଣାସ୍ଥଳରେ ପୁଲିସ ତଦନ୍ତ କରିଛି । ଅଭିଯୁକ୍ତ ନାବାଳକକୁ ଅନୁଗୁଳସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଦୁଷ୍କର୍ମ ଶିକାର ନାବାଳିକାକୁ ତାର ପରିବାର ଜିମା ଦିଆଯାଇଥିବା ସୂଚନା ମିଳିଛି ।

Scroll to Top