ନାବାଳିକାଙ୍କୁ ବେଶ୍ୟାବୃତ୍ତି ପାଇଁ କରିଥିଲେ ବାଧ୍ୟ , କୋର୍ଟ ମହିଳାଙ୍କୁ ଶୁଣାଇଲେ କଠୋର ସଜା

ନାବାଳିକାଙ୍କୁ-ବେଶ୍ୟାବୃତ୍ତି-ପାଇଁ-କରିଥିଲେ-ବାଧ୍ୟ-,-କୋର୍ଟ-ମହିଳାଙ୍କୁ-ଶୁଣାଇଲେ-କଠୋର-ସଜା

ଠାଣେ : ଜଣେ ନାବାଳିକାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରିବା ମାମଲାରେ ୫୧ ବର୍ଷିୟ ଜଣେ ମହିଳାଙ୍କୁ ମହାରାଷ୍ଟ୍ରର ଠାଣେ ଜିଲ୍ଲା ସ୍ଥିତ ଏକ କୋର୍ଟ , ୭ବର୍ଷର କଠୋର ସଜା ଶୁଣାଇଛନ୍ତି। ଅତିରିକ୍ତ ସେସନ ଜଜ୍  ଡିଏସ୍ ଦେଶମୁଖ ଅଭିଯୁକ୍ତ କାଜଲ ବାବୁ ଚନ୍ଦନଙ୍କୁ ଭାରତୀୟ ଦଣ୍ଡ ସଂହତା (ଆଇପିସି) , ଅନୈତିକ ବ୍ୟାପାର ( ନିବାରଣ) ଅଧିନିୟମ , ୧୯୫୬ ଓ ଯୌନ ଅପରାଧରୁ ଶିଶୁଙ୍କୁ ସଂରକ୍ଷଣ (ପୋକ୍ସୋ) ଅଧିନିୟମ , ୨୦୧୨ ଅନୁସାରେ , ଅନେକ ଗୁରୁତର ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି।

୧୫ ଅକ୍ଟୋବରର ଆଦେଶର ଏକ କପି ଶନିବାର ଉପଲବ୍ଧ କରାଯାଇଛି। ଘଟଣାଟି ୩୦ମାର୍ଚ୍ଚ ,୨୦୨୨ରେ ଜଣା ପଡ଼ିଥିଲା, ଯେତେବେଳେ ପୋଲିସ ସୂଚନା ପାଇଥିଲା ଯେ, ଅଭିଯୁକ୍ତ ଝିଅମାନଙ୍କୁ ବେଶ୍ୟାବୃଦ୍ଧି ପାଇଁ ବାଧ୍ୟ କରୁଛି। ପରେ ଜଣେ ନକଲି ଗ୍ରାହକଙ୍କ ସହ ବିଛା ଯାଇଥିଲା ଏବଂ ଅଭିଯୁକ୍ତକୁ ଗିରଫ କରାଯାଇ ଥିଲା।

ନାବାଳିକା ପୀଡ଼ିତା ଜଣଙ୍କ ଘଟଣା ସମୟରେ ୧୬ ବର୍ଷ ବୟସର ଥିଲେ, ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ପୋଷାକ କିଣିବା ବାହାନାରେ ନାବାଳିକାଙ୍କୁ ପ୍ରଲୋଭିତ କରିଥିଲା । ଅଭିଯୁକ୍ତର ଅଟକ ସମୟର ଉଲ୍ଲେଖ କରି ପ୍ରତିରକ୍ଷା ପକ୍ଷ କୋର୍ଟରେ ଦଣ୍ଡାଦେଶ କୋହଳ ପାଇଁ ନିବେଦନ କରିଥିଲେ। କିନ୍ତୁ, ଏପରି ଅପରାଧ ପାଇଁ ବାଧ୍ୟତାମୂଳକ ସର୍ବନିମ୍ନ ଦଣ୍ଡାଦେଶ ଉଲ୍ଲେଖ କରି କୋର୍ଟ ଦଣ୍ଡାଦେଶ କୋହଳ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ। କୋର୍ଟ ଦୋଷୀଙ୍କୁ ସାତ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୯,୦୦୦ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ।

Scroll to Top