ନାବାଳିକାଙ୍କୁ ବିବାହ ସହ ଶାରୀରିକ ଓ ମାନସିକ ନିର୍ଯାତନା, ପୋଲିସ ଏସଆଇ ଗିରଫ

ନାବାଳିକାଙ୍କୁ-ବିବାହ-ସହ-ଶାରୀରିକ-ଓ-ମାନସିକ-ନିର୍ଯାତନା,-ପୋଲିସ-ଏସଆଇ-ଗିରଫ

ନାବାଳିକାଙ୍କୁ ବିବାହ ସହ ଶାରୀରିକ ଓ ମାନସିକ ନିର୍ଯାତନା, ପୋଲିସ ଏସଆଇ ଗିରଫ

Published By : Prameya-News7 Bureau | August 19, 2025 IST

ଜଗତସିଂହପୁର: ନାବାଳିକାଙ୍କୁ ବିବାହ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ  ଫେରାର ଅଭିଯୁକ୍ତ ପୋଲିସ ଏସଆଇ ଅମିତ ପାଢ଼ୀ ରାଜ୍ୟ ବାହାରୁ ଗିରଫ । ଜଗତସିଂହପୁର ପୋଲିସ ସ୍ପେଶାଲ ସ୍କ୍ୱାର୍ଡର ଏକ ୪ ଜଣିଆ ଟିମ ଗିରଫ କରିଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତ ଏଏସଆଇକୁ କେଉଁଠୁ ଗିରଫ କରାଯାଇଛି ତାର ସୂଚନା ଦିଆଯାଇ ନାହିଁ। ଆସନ୍ତାକାଲି ଅଭିଯୁକ୍ତ ପୋଲିସ ଏସଆଇଙ୍କୁ ଧରି ଜଗତସିଂହପୁରରେ ପହଞ୍ଚିବ ଟିମ୍। ଚାରି ମାସ ହେଲା ଫେରାର ଥିଲେ ଅଭିଯୁକ୍ତ ଏସଆଇ । ଏ ବାବଦରେ ଗଣମାଧ୍ୟମରେ  ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲା ଜଗତସିଂହପୁର ପୋଲିସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top