ନାବାଳିକାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକ ଫେରାର, ଏହା ପଛରେ ପ୍ରେମ ସମ୍ପର୍କ ନା ରହିଛି ଆଉ କିଛି କାରଣ

ନାବାଳିକାଙ୍କୁ-ଧାରୁଆ-ଅସ୍ତ୍ରରେ-ଆକ୍ରମଣ-କରି-ଯୁବକ-ଫେରାର,-ଏହା-ପଛରେ-ପ୍ରେମ-ସମ୍ପର୍କ-ନା-ରହିଛି-ଆଉ-କିଛି-କାରଣ

ନାବାଳିକାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକ ଫେରାର, ଏହା ପଛରେ ପ୍ରେମ ସମ୍ପର୍କ ନା ରହିଛି ଆଉ କିଛି କାରଣ

Published By : Prameya-News7 Bureau | August 22, 2025 IST

ବଲାଙ୍ଗିର ୨୨।୮: ଘରେ ନଥିଲେ ପରିବାର ଲୋକ । ଏକୁଟିଆ ଥିଲେ ନାବାଳିକା । ଏହାସର ସୁଯୋଗ ନେଇ ଘରେ ପସିଲେ ଯୁବକ । ନାବାଳିକାଙ୍କ ତଣ୍ଟିକାଟି ହୋଇଗଲେ ଫେରାର । ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସଦର ଥାନା ଅଞ୍ଚଳରେ ନାବାଳିକାଙ୍କ ତଣ୍ଟି କାଟି ଫେରାର ହୋଇଗଲେ ଯୁବକ । ନାବାଳିକାଙ୍କ ବେକକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ କଟାଯାଇଥିବା ଦେଖିବାକୁ ମିଳିଛି । ଏ ନେଇ ଖବର ପାଇ ତାଙ୍କୁ ପରିବାର ଲୋକ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ବେକରେ ଗଭୀର ଆଘାତ ଲାଗିଛି । ନାବାଳିକାଙ୍କ ବେକରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ପରିବାର ଲୋକ କହିଛନ୍ତି । ସେପଟେ ଝିଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । 

ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଯୁବକ ଜଣଙ୍କ କାହିଁକି ଏମିତି କଲେ, ଏହା ପଛରେ ପ୍ରେମ ସମ୍ପର୍କ ନା ଆଉ କିଛି କାରଣ ରହିଛି ତାକୁ ନେଇ ତଦନ୍ତ କରି ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଯୁବକଙ୍କ ନା ଜଣାପଡିନଥିବା ବେଳେ ଯୁବକ ଜଣକ ନିକଟସ୍ଥ ଏକ ଗାଁର ବୋଲି ଜଣାପଡିଥିବା ପରିବାର ଲୋକ କହିଛନ୍ତି ।

You Can Read:

ରାତି ସାରା ବିଦ୍ୟାଳୟ ପରିସରରେ ରହିଗଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ, ବାହାରପଟୁ ତାଲା ପକାଇ ପଳାଇଲେ ଶିକ୍ଷକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top