ନଭେମ୍ୱର ୨୦ରେ ବିହାର ଶପଥ ଗ୍ରହଣ ଉତ୍ସବ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର

ନଭେମ୍ୱର-୨୦ରେ-ବିହାର-ଶପଥ-ଗ୍ରହଣ-ଉତ୍ସବ:-ମୁଖ୍ୟମନ୍ତ୍ରୀ-ଭାବେ-ଶପଥ-ନେଇପାରନ୍ତି-ନୀତୀଶ-କୁମାର

ବିହାର ୧୭/୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ବିପୁଳ ବିଜୟ ପରେ, ନୂତନ ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନୂତନ NDA ସରକାରଙ୍କ ଶପଥ ଗ୍ରହଣ ସମାରୋହ ନଭେମ୍ବର ୨୦ ତାରିଖରେ ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ମହାନ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

ଏନଡିଏକୁ ବହୁମତ ପରେ ଆସନ୍ତା ୨୦ ତାରିଖରେ ହୋଇପାରେ ବିହାର ଶପଥ ଗ୍ରହଣ ଉତ୍ସବ । ୧୦ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଗାନ୍ଧୀ ମୈଦାନରେ ଚାଲିଛି ସମାରୋହର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗଦେବେ ଏକାଧିକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ସେଥିପାଇଁ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ବିହାର ଗାନ୍ଧୀ ମୈଦାନକୁ ବନ୍ଦ ରଖିଛି ପ୍ରଶାସନ ।

ନୂଆ ସରକାର ଗଠନ ପାଇଁ ଆଜି ବିହାର କ୍ୟାବିନେଟ ବୈଠକ ଡାକିଛନ୍ତି ନୀତୀଶ କୁମାର । ସକାଳ ସାଢେ ୧୧ଟାରେ ବୈଠକ ହେବାର ଅଛି । ଜେଡିୟୁ, ବିଜେପି, ଏଲଜେପି(ଆରଭି), ଆରଏଲଏମ ମଧ୍ୟରେ ବିଭାଗ ଭାଗବଣ୍ଟା ନେଇ ଆଲୋଚନା ହେବ ବୋଲି ସୂଚନା ମଳିଛି । ବିଜେପିରୁ ସର୍ବାଧିକ ୧୬ ଏବଂ ଜେଡିୟୁରୁ ୧୪ ଜଣ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ବିଜେପି ସୁତ୍ରରୁ ସୂଚନା ମିଳିଛି ।

Scroll to Top