ନଦୀ କୂଳରେ ଉଠାଉଥିଲେ ଫଟୋ, ପାଣି ସୁଅରେ ଭାସିଗଲେ ୫ ସାଙ୍ଗ

ନଦୀ-କୂଳରେ-ଉଠାଉଥିଲେ-ଫଟୋ,-ପାଣି-ସୁଅରେ-ଭାସିଗଲେ-୫-ସାଙ୍ଗ

ନଦୀ କୂଳରେ ଉଠାଉଥିଲେ ଫଟୋ, ପାଣି ସୁଅରେ ଭାସିଗଲେ ୫ ସାଙ୍ଗ

Published By: Kirti – Prameya-News7 Bureau | March 21, 2026 01:20 PM

NEWS7

ap

ଆନ୍ଧ୍ର ୨୧।୦୩ : କଲେଜ ଛୁଟି ହେଲା । ଏକାଠି ସାଙ୍ଗ ହୋଇ ୭ ଜଣ ବୁଲିବାକୁ ଯାଇଥିଲେ । ନଦୀ କୂଳରେ ବୁଲିବା ହେଲା ସମସ୍ତଙ୍କ ପାଇଁ କାଳ । ନଦୀ କୂଳରେ ବୁଡ଼ିଲା ସମୟରେ ହଠାତ୍‌ ଖସିଗଲା ଗୋଡ଼ । ପାଞ୍ଚ ଜଣ ଛାତ୍ର ନଦୀର ଗଭୀର ସ୍ରୋତରେ ଭାସିଯାଇଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ ।

ଖବର ଅନୁଯାୟୀ, ଆନ୍ଧ୍ର  ଅମରାବତୀ ସ୍ଥିତ SRM କଲେଜର ୫ଜଣ ଛାତ୍ର । ଭଦ୍ରାଞ୍ଚଲମରେ ଥିବା ନିଜ ସାଙ୍ଗ ଶ୍ରୀକରଙ୍କ ଘରକୁ ଉଗାଡି ଉତ୍ସବ ପାଳନ ନିମନ୍ତେ ଆସିଥିଲେ । ସେଠାରେ କିଛି ସମୟ ବିତାଇବା ପରେ ପାଖରେ ଗୋଦାବରୀ ନଦୀ କୂଳକୁ ବୁଲିବାକୁ ଯାଇଥିଲେ । ସେଠାରେ କିଛି ସମୟ ବୁଲିବା ପରେ ପାଖରେ ଥିବା ଏକ ମନ୍ଦିରକୁ ମଧ୍ୟ ଯାଇଥିଲେ । ସେଠାରୁ ଦର୍ଶନ ସାରି ଫେରିବା ସମୟରେ ନଦୀରେ ଗାଧୋଇବା ପାଇଁ ଯାଇଥିଲେ । ନଦୀ କୂଳରେ କାର୍ ରଖି ସମସ୍ତେ ସାଙ୍ଗ ଏକାଠି ଗାଧୋଉଥିଲେ। ଏହି ସମୟରେ ହଠାତ୍‌ ପାଣିର ସୁଅ ପ୍ରବଳମାତ୍ରରେ ଆସିଥିଲା । ଯାହାକୁ ଦେଖି ୨ ଜଣ ନଦୀ କୂଳକୁ ଆସିଥିଲେ । ବାକି ଆଉ ୫ ଜଣ ନଦୀର ସୁଅରେ ଭାସିଯାଇଥିଲେ । ହେଲେ ସେମାନଙ୍କ ମଧ୍ୟରେ ସାହାସ କରି ୨ ଜଣ ପହଁରି ପହଁରି ନଦୀ କୂଳକୁ ପଳାଇ ଆସିଥିଲେ । ଅନ୍ୟ ୩ ଜଣ ପାଣିରେ ଭାସିଯାଇଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ଅପରେସନକୁ ଜୋରଦାର କରିଥିଲା ।  
 

Scroll to Top