ଧୂରନ୍ଧର ଫିଲ୍ମ ସୁଟିଂ ସେଟ୍‌ରେ ଅଘଟଣ, ଫୁଡ୍ ପଏଜନିଂରେ ଅସୁସ୍ଥ ହେଲେ ୧୨୦ କ୍ରୁ ମେମ୍ଵର

ଧୂରନ୍ଧର-ଫିଲ୍ମ-ସୁଟିଂ-ସେଟ୍‌ରେ-ଅଘଟଣ,-ଫୁଡ୍-ପଏଜନିଂରେ-ଅସୁସ୍ଥ-ହେଲେ-୧୨୦-କ୍ରୁ-ମେମ୍ଵର

ମୁମ୍ଵାଇ ୨୧।୦୮; ବଲିଉଡ ଅଭିନେତା ରଣବୀର ସିଂ। ତାଙ୍କର ଅପକମିଙ୍ଗ୍ ଫିଲ୍ମ ଧୂରନ୍ଧରକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଖବର ଆସିଛି ଯେ ଫିଲ୍ମ ସେଟରେ ବଡ଼ ଅଘଟଣ ଘଟିଛି । ସେଟ୍‌ରେ ୧୨୦ ଜଣ କ୍ରୁ ମେମ୍ବର ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି । ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ ଧୂରନ୍ଧରର ସୁଟିଂରେ ରଣବୀର ସିଂ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଫିଲ୍ମ ସେଟରୁ ସୂଚନା ମିଳିଛି ଯେ ଲଦାଖରେ ଚାଲିଥିବା ଫିଲ୍ମର ସୁଟିଂ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପ୍ରକୃତରେ ଫିଲ୍ମ ୟୁନିଟର ପ୍ରାୟ ୧୨୦ କ୍ରୁ ମେମ୍ବର ଫୁଡ୍ ପଏଜନିଂର ଶିକାର ହୋଇଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଖାଦ୍ୟ ଖାଇବା କାରଣରୁ ଅସୁସ୍ଥ ହୋଇଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲେହରେ ଫିଲ୍ମର ସୁଟିଂ ଲୋକେସନରୁ ୧୦୦ରୁ ଅଧିକ ଟିମର କ୍ରୁ ମେମ୍ବରଙ୍କୁ ଏସଏନଏସ ହସ୍ପିଟାଲକୁ ଅଣାଯାଇଥିଲା। ଯେଉଁମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ରିପୋର୍ଟରେ କୁହାଯାଇଛି ଯେ ଫିଲ୍ମର କ୍ରୁ ମେମ୍ବରଙ୍କ ସହ ଜଡ଼ିତ ଲୋକମାନେ ଖାଦ୍ୟ ଖାଇବା ପରେ ପେଟରେ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ବାନ୍ତି କରିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଫିଲ୍ମର ଟେକ୍ନିକାଲ ଟିମ ସହିତ ଜଡ଼ିତ ଥିଲେ । ସମସ୍ତେ ବାହାର କର୍ମଚାରୀ ବୋଲି ଜଣାପଡ଼ିଛି । ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି । ସେମାନେ ସୁସ୍ଥ ମଧ୍ୟ ଅଛନ୍ତି।

ରଣବୀର ସିଂଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକ୍ ନିକଟରେ ସେୟାର କରାଯାଇଥିଲା । ଏହା ପରଠାରୁ ଲୋକମାନଙ୍କ ମଧ୍ୟରେ ମୁଭିକୁ ନେଇ ଜବରଦସ୍ତ ଚର୍ଚ୍ଚା ଚାଲିଛି । ମେକର୍ସ ଧୂରନ୍ଧରକୁ ୫ ସେପ୍ଟେମ୍ବର ୨୦୨୫ରେ ରିଲିଜ୍ କରିବା ପାଇଁ ପ୍ଲାନ କରିଥିଲେ କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଏହି ଘଟଣାର ପ୍ରଭାବ ଫିଲ୍ମର ସୁଟିଂ ଉପରେ ପଡ଼ିପାରେ । ଧୂରନ୍ଧରର ଦମଦାର ଟିଜର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । 

Scroll to Top