ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ, ଝିଅ ଈଶା କହିଲେ ‘ସୁସ୍ଥ ଅଛନ୍ତି ବାପା’

ଧର୍ମେନ୍ଦ୍ରଙ୍କ-ମୃତ୍ୟୁକୁ-ନେଇ-ଦ୍ୱନ୍ଦ୍ୱ,-ଝିଅ-ଈଶା-କହିଲେ-‘ସୁସ୍ଥ-ଅଛନ୍ତି-ବାପା’

ମୁମ୍ବାଇ, ୧୧|୧୧: ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ନେଇ ସସପେନ୍ସ । ମଙ୍ଗଳବାର ସକାଳେ ପ୍ରଥମେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଖବର ଆସିଥିଲା । କିନ୍ତ ଏହି ଖବରକୁ ଭୁଲ ବୋଲି କହିଛନ୍ତି ଝିଅ ଈଶା ଦେଓଲ । ବାପା ଜୀବୀତ ଅଛନ୍ତି । ସେ ସୁସ୍ଥ ହେଉଛନ୍ତି ବୋଲି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଈଶା । ଯାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । 

ରିପୋର୍ଟ ଅନୁସାରେ, ସୋଲେ ଫେମ୍ ତଥା ବର୍ଷିଆନ୍‌ ଅଭିନେତା ଧର୍ମେନ୍ଦ୍ରଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଥିଲା । ତେଣୁ ସୋମବାର ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ତାଙ୍କୁ ସେଠାରେ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଡାକ୍ତରଙ୍କ ଟିମ୍‌ ଲଗାତର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।  

ତେବେ ମଙ୍ଗଳବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ନେଇ ଖବର ଆସିଥିଲା। ପତ୍ନୀ ହେମାମାଳିନୀ ହସ୍ପିଟାଲରେ ଥିବା ବେଳେ ତାଙ୍କର ଦୁଇ ଝିଅଙ୍କୁ ଆମେରିକାରୁ ଡକାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା  । କିନ୍ତୁ ଏସବୁ ଖବରକୁ ଖଣ୍ଡନ କରାଯାଇଛି ।ବାପା ସୁସ୍ଥ ଅଛନ୍ତି । ତାଙ୍କ ଅବସ୍ଥା ସ୍ଥିର ଅଛି । ଉତ୍ସାହିତ ହୋଇ ମିଡିଆ ମିଥ୍ୟା ଖବର ପ୍ରକାଶ କରୁଥିବା ସେ କହିଛନ୍ତି ।

Scroll to Top