ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ୨ ଜୀବନ
Published By: Kirti – Prameya-News7 Bureau | January 27, 2026 08:30 AM
NEWS7
ବାସୁଦେବପୁର ୨୭।୦୧ : ଧକ୍କା ଦେଲା ଅଜଣା ଗାଡ଼ି । ଚାଲିଗଲା ୨ ଜୀବନ । ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ସାନକୃଷ୍ଣପୁର ପଞ୍ଚାୟତ ସ୍ଥିତ ପାରାପୋଖରୀ ଛକ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଖବର ଅନୁଯାୟୀ, ଦୁଇ ମୃତକ ଚାନ୍ଦିମାଲ ଛକ ନିକଟରୁ ବିଦେଇପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗକୁ ଆସୁଥିବା ଏକ ଦ୍ରୁତଗାମୀ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଗାଡ଼ିରୁ ଛିଟ୍କି ପଡିଥିଲା । ଏହି ଦୁର୍ଘଟଣା ଲାଗି ଜୋରରେ ଶବ୍ଧ ହେବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେମାନଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ଦୁଇ ବାଇକ ଆରୋହୀ ଯାଜପୁର ବୈରୀମାଲ ଅଞ୍ଚଳର ଦୀପକ ରାଉତ ଓ ଚିନ୍ମୟୀ ମଲ୍ଲିକ ବୋଲି ଜଣାପଡିଛି । ଉଭୟ ପାରାପୋଖରୀ ଅଞ୍ଚଳର ଜେସିବି ଚାଳକ ଭାବେ କାମ କରୁଥିଲେ ।




