ଧଉଳିରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିର, ୬୦ ଯୁବ ଶିଳ୍ପୀଙ୍କ ତୂଳୀରେ ସ୍ୱାଧୀନତା ପାଇଁ ବଳିଦାନର ଚିତ୍ର

ଧଉଳିରେ-“ହର-ଘର-ତ୍ରିରଙ୍ଗା”-ଚିତ୍ରକଳା-ଶିବିର,-୬୦-ଯୁବ-ଶିଳ୍ପୀଙ୍କ-ତୂଳୀରେ-ସ୍ୱାଧୀନତା-ପାଇଁ-ବଳିଦାନର-ଚିତ୍ର

ଭୁବନେଶ୍ୱର: ଧଉଳି ଚାରୁକଳା ମହାବିଦ୍ୟାଳୟ ଏବଂ ରାଷ୍ଟ୍ରୀୟ ଲଳିତକଳା କେନ୍ଦ୍ର ଭୁବନେଶ୍ୱର ମିଳିତ ସହଯୋଗରେ ଧଉଳି ଠାରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଏକାଡେମୀ କ୍ଷେତ୍ରୀୟ ସଚିବ ରାମକୃଷ୍ଣ ବେଦାଲା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ, ଚିତ୍ରଶିଳ୍ପୀ ଡ.ପଞ୍ଚାନନ ସାମଲ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ୬୦ ଜଣ ଯୁବ ଶିଳ୍ପୀଙ୍କୁ ନେଇ “ଭାରତ ସ୍ଵାଧୀନତା ” ଶୀର୍ଷକ ଏକ ଜଳରଙ୍ଗ ଚିତ୍ରକଳା ଶିବିର ଆୟୋଜିତ ହୋଇଥିଲା।

Also read: ପୁଣି ଅଘଟଣ, ଦୀପ ନିଆଁରେ ଜଳିଗଲେ ମହିଳା; ଅବସ୍ଥା ସଙ୍କଟାପନ୍ନ

ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ସାମଲ ଶିଳ୍ପୀମାନଙ୍କୁ ନିଜ ଚିତ୍ରରେ ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀମାନଙ୍କ ଚିତ୍ର ସହ ଭାରତ ସ୍ବାଧିନତାର ମହାନ ନେତାମାନଙ୍କ ଚିତ୍ର ସ୍ଥାନ ଦେବାକୁ ଉତ୍ସାହିତ କରିଥିଲେ। ଏକାଡେମୀ ସଚିବ ଶ୍ରୀ ବେଦାଲା ଶିଳ୍ପୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ। ଶିଳ୍ପୀଙ୍କ ତୂଳୀରେ ସୁବାସ ଚନ୍ଦ୍ର ବୋଷ,ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ,ବକ୍ସି ଜଗବନ୍ଧୁ,ଚାଖି ଖୁଣ୍ଟିଆ,ଜୟୀ ରାଜଗୁରୁ,ଭଗତ ସିଂହ,ଝାଂଶି ରାଣୀ ଲକ୍ଷ୍ମିବାଇ ପ୍ରମୁଖଙ୍କ ତ୍ୟାଗ ଓ ଭାରତ ସ୍ବାଧିନତାର ନିଛକ ପ୍ରତିଫଳନ ସୁନ୍ଦର ଭାବେ ଚିତ୍ରିତ ହୋଇଥିଲା।

ପରେ ପରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାମାନେ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତାଙ୍କ ଜୟଗାନ କରି ଶାନ୍ତିସ୍ତୁପରୁ ଦୟାନଦୀ ଘାଟ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ,ଅଧ୍ୟାପକ ଭୂପତିଭୂଷଣ ପଣ୍ଡା ଓ ସୋଫିଆ ୟାସ୍ମୀନ୍ ପରିଚାଳନା କରିଥିଲେ ଏବଂ କେଦାର ନାୟକ,ସରୋଜ କୁମାର ରାଉତ,ରଶ୍ମିରଞ୍ଜନ ପଟ୍ଟନାୟକ, ୟାନିତା ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିଲେ।

Scroll to Top