ନୂଆଦିଲ୍ଲୀ ୨୨/୧୦: ଭାରତୀୟ ଦଳର ବରିଷ୍ଠ ଓପନର । ବିସ୍ଫୋରକ ବ୍ୟାଟର ରୋହିତ ଶର୍ମା । ଅଷ୍ଟ୍ରେଲିଆ ବିପକ୍ଷରେ ସିନିୟର ଖେଳାଳି ଭାବେ ଖେଳୁଛନ୍ତି । ପର୍ଥରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ବ୍ୟାଟ୍ ସହ ସେମିତି କିଛି ଚତ୍ମକାରିତା କରିପାରିନଥିଲେ । ଫେଲ୍ ମାରିଥିଲେ ହିଟ୍ମ୍ୟାନ୍ । ମାତ୍ର ୧୪ବଲ୍ ଖେଳି ମାତ୍ର ୮ରନ୍ କରି ପ୍ୟାଭିଲିୟନ ଫେରିଥିଲେ ସେ ।
ବର୍ତ୍ତମାନ, ସେ ଆଡିଲେଡ୍ରେ ଏକ କମ୍ବ୍ୟାକ୍ କରିବାକୁ ଚେଷ୍ଟା କରିବେ । ଯଦିଓ ଏହି ଗ୍ରାଉଣ୍ଡରେ ତାଙ୍କର ପ୍ରଦର୍ଶନ ଖରାପ ରହିଛି । ଏହାରି ଭିତରେ ଜୟସ୍ୱାଲଙ୍କ ସହ ବ୍ୟାଟିଂ ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦ୍ୱିତୀୟ ଦିନିକିଆ ଜିତିବା ପାଇଁ ଟିମ୍ ଇଣ୍ଡିଆ ଜୋରଦାର ପ୍ରୟାସ କରୁଛନ୍ତି । ନେଟ୍ସରେ ବେଶ ଝାଳ ବୁହାଉଛନ୍ତି ।
ତେବେ ଏକ ଭିଡିଓରେ ଦେଖାଯାଉଛି ଯେ ଯଶସ୍ୱୀ ଜୟସ୍ୱାଲ ବ୍ୟାଟିଂ ଅଭ୍ୟାସ ପାଇଁ ଦୁଇଟି ବ୍ୟାଟ୍ ନେଉଛନ୍ତି । ରାସ୍ତାରେ ସେ ରୋହିତ ଶର୍ମାଙ୍କୁ ଭେଟୁଛନ୍ତି । ଦୁଇଜଣ କଥାବାର୍ତ୍ତା ହେଉଛନ୍ତି । ଏହି ସମୟରେ, ରୋହିତ ଯଶସ୍ୱୀ ଜୟସ୍ୱାଲଙ୍କ ଗୋଟିଏ ବ୍ୟାଟ୍ ନେଇ ଛାୟା ଅଭ୍ୟାସ ଆରମ୍ଭ କରନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଟେଷ୍ଟ ଏବଂ ଟି-୨୦ରୁ ଅବସର ନେଇଥିବା ରୋହିତ ଶର୍ମାଙ୍କ ଉପରେ ଦ୍ୱିତୀୟ ଦିନିକିଆରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରବଳ ଚାପ ରହିଛି।
Rohit Sharma checking Jaiswal’s bat.😃❤️ pic.twitter.com/tQbTrcRz8x
— 𝐑𝐮𝐬𝐡𝐢𝐢𝐢⁴⁵ (@rushiii_12) October 21, 2025
ଲିଷ୍ଟ ଏ କ୍ରିକେଟରେ ଯଶସ୍ୱୀ ଜୟସୱାଲ, ଅଭିଷେକ ଶର୍ମା ଏବଂ ପ୍ରଭସିମରନ ସିଂହଙ୍କ ପରି ଓପନରମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ସେମାନେ ସମସ୍ତେ ଟିମ୍ ଇଣ୍ଡିଆର ଏକଦିବସୀୟ ଦଳରେ ସ୍ଥାନ ପାଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏସବୁ ମଧ୍ୟରେ, ରୋହିତଙ୍କୁ ଅଷ୍ଟ୍ରେଲିଆରେ ଏହି ଦୁଇଟି ଏକଦିବସୀୟ ଓ ଚଳିତ ବର୍ଷ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାକି ତିନୋଟି ଏକଦିବସୀୟ ମ୍ୟାଚ୍ ଖେଳିବାକୁ ପଡିବ। ରୋହିତ ଚାପ ମଧ୍ୟରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ସେ ୨୦୨୭ ଏକଦିବସୀୟ ବିଶ୍ୱକପ୍ ପାଇଁ ତାଙ୍କର ଆଶାକୁ ଉଜ୍ଜୀବିତ ରଖିବା ପାଇଁ ଏହି ଫର୍ମ ବଜାୟ ରଖିବାକୁ ଚାହିଁବେ।
ତଥାପି, ଆଡିଲେଡ୍ ଓଭାଲରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଖରାପ ରହିଛି। ୧୨ ଏକଦିବସୀୟ ମ୍ୟାଚ୍ ରେ ୧୫ ଇନିଂସରେ, ସେ ୧୯.୧୩ ହାରରେ କେବଳ ୨୮୭ ରନ୍ କରିଛନ୍ତି, ଯାହାର ସର୍ବାଧିକ ସ୍କୋର ୪୩ । ରୋହିତ ୨୦୨୫ ବର୍ଡର-ଗାଭାସ୍କର ଟ୍ରଫିରେ ଆଡିଲେଡ୍ ଓଭାଲରେ ତାଙ୍କର ଶେଷ ମ୍ୟାଚ୍ ରେ ସଂଘର୍ଷ କରିଥିଲେ।
ସେ ପିଙ୍କ୍ ବଲ୍ ଟେଷ୍ଟରେ ତିନ ଏବଂ ଛଅ ରନ୍ କରିଥିଲେ, ଓ ସ୍କଟ୍ ବୋଲାଣ୍ଡ ଏବଂ ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ତଥାପି, ଏଥର ରୋହିତ ଫିଟ୍ ହେବା ସହ ଐତିହାସିକ ଭାବରେ ଭଲ ପ୍ରଦର୍ଶନ କରିଥିବା ଫର୍ମାଟରେ ଫେରି ଆସୁଛନ୍ତି । ଆଡିଲେଡରେ ନିଜର କାହାଣୀ ପୁଣି ଲେଖିବାକୁ ଆଶା କରିଛନ୍ତି




