ଦ୍ୱନ୍ଦ୍ୱ ଦୂର କଲେ ବିଜେଡି ବିଧାୟକ, କହିଲେ ପାଣ୍ଡିଆନ ନୁହଁନ୍ତି ସର୍ବେସର୍ବା

ଦ୍ୱନ୍ଦ୍ୱ-ଦୂର-କଲେ-ବିଜେଡି-ବିଧାୟକ,-କହିଲେ-ପାଣ୍ଡିଆନ-ନୁହଁନ୍ତି-ସର୍ବେସର୍ବା

ଭୁବନେଶ୍ୱର ୨୨/୦୮: ଦ୍ୱନ୍ଦ୍ୱ ଦୂର କଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା । କହିଲେ ବିଜେଡିର ସୁପ୍ରିମୋ ଜଣେ । ପାଣ୍ଡିଆନ ନୁହନ୍ତି ବିଜେଡିର ସର୍ବେ ସର୍ବୋ । ପାଣ୍ଡିଆନ ଉପରେ ନବୀନ ବାବୁଙ୍କ ଭରସା ଅଛି । ଭି.କେ ପାଣ୍ଡିଆନ ନବୀନ ବାବୁଙ୍କ ଘନିଷ୍ଠ ସହଯୋଗୀ । ସେ ଆହୁରି କହିଛନ୍ତି He never take any Decision । 

ସେ କେବଳ ଶ୍ରଦ୍ଧା ଓ ଭକ୍ତିର ସହ ନବୀନ ବାବୁଙ୍କ ସେବା କରିଛନ୍ତି । ଆପଣ ଶୁଣିଛନ୍ତି କି, କେବେ ନବୀନ ବାବୁ କହିଛନ୍ତି ପାଣ୍ଡିଆନ ମୋ ଉତ୍ତରାଧିକାରୀ । ନା ପାଣ୍ଡିଆନ କେବେ ଏନେଇ ଦାବି କରିଛନ୍ତି ଯେ, ମୁଁ ସର୍ବେସର୍ବା ବୋଲି । ଖାଲି ନିଆଁ ନଥାଇ ସବୁ ଧୂଆଁ । 

also read…

ନବୀନ ନିବାସରେ ପହଞ୍ଚିଲେ ପ୍ରେମ୍ ପଟ୍ଟନାୟକ, ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ସୂଚନା

ଗତ କିଛିଦିନ ତଳେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଏହାରି ଭିତରେ ଚର୍ଚ୍ଚା ହୋଇଥିଲା କି ଏବେ ବି ବିଜେଡିର ଚାଲୁଛି ପାଣ୍ଡିଆନଙ୍କ ହାକିମାତି । ଆହୁରି ବି କଥା ଉଠିଥିଲା କି, ନବୀନଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିବା ନେତାଙ୍କୁ ରୋକଠୋକ ଶୁଣାଇଲେ ପାଣ୍ଡିଆନ୍ । ତେବେ ଏତେ ସବୁ କଥା ଆଲୋଚନା ପରେ ମୁହଁ ଖୋଲିଛନ୍ତି ବିଜେଡି ବିଧାୟକ । ସେ କହିଛନ୍ତି ନବୀନଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ । ତାଙ୍କ ଉପରେ ଆଉ କେହି ନାହାଁନ୍ତି । 

Scroll to Top