ଦ୍ଵିତୀୟ ବିବାହ କରିବେ ପୱନ ସିଂହ, ପାୱାର ଷ୍ଟାରଙ୍କ କନିଆ ସାଜିବେ ଧନଶ୍ରୀ !
Published By: Simran – Prameya-News7 Bureau | October 18, 2025 11:56 AM
NEWS7
ନୂଆଦିଲ୍ଲୀ ୧୮।୧୦; ପ୍ରାୟତଃ ପାୱାର ଷ୍ଟାର ପୱନ ସିଂହଙ୍କ ଜଲୱା ଦେଖିବାକୁ ମିଳିଛି। ରାଇଜ ଆଣ୍ଡ ଫଲ୍ର ଫାଇନାଲରେ ପୱନ କିଚି ସମୟ ପାଇଁ ଆସିଥିଲେ । ହେଲେ ସେତିକି ସମୟ ଖୁବ୍ ଧମାଲ କରିଥିଲେ । ସୋସିଆଲ ମିଡିଆରେ ତାଙ୍କର ଖୁବ୍ ଭିଡିଓ ଭାଇରାଲ୍ ହେଉଛି । ଶୋର ଫାଇନାଲରେ ସେ ପୁଣି ଥରେ ଧନଶ୍ରୀ ବର୍ମା ଓ ଆକୃତି ନେଗିଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି ।
ସେ ଦୁଇ ଅଭିନେତ୍ରୀଙ୍କ ସହ କିକୁ ଶାରଦାଙ୍କ ସହ ଫନି ଆକ୍ଟ ମଧ୍ୟ କରିଥିଲେ । କମେଡି ଅଭିନୟରେ ଧନଶ୍ରୀ ଓ ଆକୃତି ପୱନଙ୍କ କନିଆ ସାଜିଥିବାର ଦେଖିବାକୁ ମିଳିଥିଲା । ଆକୃତି ଓ ଧନଶ୍ରୀ ଗୋଟିଏ କଥାରେ ଝଗଡା ଲାଗୁଥିବାର ନଜର ଆସିଥିଲେ କାହିଁକି ନା ପୱନ ତାଙ୍କ ମଧ୍ୟରୁ କାହାକୁ ବାହା ହେବେ । ପୱନ ମାଆଙ୍କର ବିନା ମଞ୍ଜୁରୀରେ କୌଣସି କାମ କରନ୍ତି ନାହିଁ । ଏଥିପାଇଁ ସେ ତାଙ୍କ ଠାରୁ ପରମିସନ୍ ନେଲେ । ଅଭିନୟରେ କିକୁ ପୱନଙ୍କ ମାଆ ଭୂମିକାରେ ନଜର ଆସିଥିଲେ । ସେ ଦୁହିଁଙ୍କୁ ନେଇ ମାଆଙ୍କ ପାଖକୁ ନେଇ ଯାଇଥିଲେ ସେ କହିଥିଲେ ମାଆ ତୁମେ କୁହ ବିବାହ କାହାକୁ କରିବୁ । କିକୁ ଧନଶ୍ରୀ ଓ ଆକୃତିଙ୍କୁ ଟେଷ୍ଟ ନିଅନ୍ତି । ହେଲେ ଦୁହେଁ ଟାକ୍ସରେ ଫେଲ୍ ହୋଇଯାଆନ୍ତି। ପାୱାର ଷ୍ଟାର କୁହନ୍ତି କି ଧନଶ୍ରୀ ତାଙ୍କ ହୃଦୟ ଓ ଆକୃତି ହେଉଛନ୍ତି ହୃଦୟର ସ୍ପନ୍ଦନ। ଫାଇନାଲରେ ସେ ଧନଶ୍ରୀଙ୍କ ପାଇଁ ଗିଫ୍ଟରେ ଶାଢୀ ଓ ଟିକିଲି ଆଣିଥିଲେ ।




