ଦ୍ରୁତ ଗତି ମହାବିପତ୍ତି, ଭାରସାମ୍ୟ ହରାଇ ବସ୍ ତଳକୁ ପଶିଗଲା ବାଇକ୍
ଭାରସାମ୍ୟ ହରାଇ ଏକ ବାଇକ୍ ବସ୍ ତଳକୁ ପଶିଯାଇଛି । ଯାହାଫଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି ।
Published By: Kirti – Prameya-News7 Bureau | April 22, 2026 08:42 AM
NEWS7
ବଲାଙ୍ଗୀର ୨୨।୦୪ : ବଲାଙ୍ଗୀର ସହର ଭିତରେ ପୁଣି ଦୁର୍ଘଟଣା । ସହରରେ ଥିବା ପାଟନେଶ୍ୱରୀ ମନ୍ଦିର ସମ୍ମୁଖରେ ହୋଇଛି ଏହି ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବାଇକ୍ ବସ୍ ତଳକୁ ପଶିଯାଇଛି । ଯାହାଫଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି ।
ଖବର ଅନୁଯାୟୀ, ବାଇକ୍ରେ ଆସୁଥିବା ଯୁବକ ଜଣଙ୍କ ଖୁବ ଦ୍ରୁତ ଗତିରେ ଆସୁଥିଲେ । ବଲାଙ୍ଗୀର ସହରରେ ପାଟନେଶ୍ୱରୀ ମନ୍ଦିର ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ବସ୍ ତଳକୁ ପଶିଯାଇଥିଲା । ଘଟଣାସ୍ଥଳରେ ଥିବା ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭୀମଭୋଇ ମେଡିକାଲକୁ ପଠାଇଛି ।
Also Read:-US- Iran Tension : ମୁନୀର-ଶେହେବାଜଙ୍କ କଥା ମାନିଲେ ଟ୍ରମ୍ପ, ଡେଡ୍ଲାଇନ୍ ସରିବା ପୂର୍ବରୁ ବଢିଲା ସିଜ୍ଫାୟାର
ତେବେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ସ୍ପଷ୍ଟ ଭାବେ ଜଣାପଡିନାହିଁ । ହେଲେ ଗାଡ଼ିର ନମ୍ବର ହିସାବରେ ବାଇକ୍ଟି ରାଜ ଯାଦବଙ୍କର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାକୁ ଜବତ କରି ଛାନ୍ଭିନ୍ ଜାରି ରଖିଛି ।




