ଦେଶର ଦ୍ଵିତୀୟ ଧନୀ ଅଭିନେତ୍ରୀ ଐଶ୍ଵର୍ଯ୍ୟା, ୯୦୦ କୋଟିରେ ପହଞ୍ଚିଲା ସମ୍ପତ୍ତି

ଦେଶର-ଦ୍ଵିତୀୟ-ଧନୀ-ଅଭିନେତ୍ରୀ-ଐଶ୍ଵର୍ଯ୍ୟା,-୯୦୦-କୋଟିରେ-ପହଞ୍ଚିଲା-ସମ୍ପତ୍ତି

ନୂଆଦିଲ୍ଲୀ ୦୮।୦୮: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମନୋରଞ୍ଜନ ଜଗତର ସବୁଠୁ ପରିଚିତ ନାଁ । ତାଙ୍କର ଉପଲବ୍ଧି, ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ନେଟ୍‌ ସମ୍ପତ୍ତିକୁ ନେଇ ଏକ ରିପୋର୍ଟ ସବୁରି ଧ୍ୟାନ ଆକର୍ଷଣ କରିଛି । ସିୟାସତ୍‌ର ରିପୋର୍ଟ ଅନୁସାରେ, ଐଶ୍ୱର୍ଯ୍ୟା ଭାରତର ୨ୟ ସବୁଠୁ ଧନୀ ଅଭିନେତ୍ରୀ । ତାଙ୍କର ନେଟ୍‌ ସମ୍ପତ୍ତି ୯୦୦ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଜୁହି ଚାୱଲା ୨୦୨୪ ମସିହାରେ ଭାରତର ସବୁଠାରୁ ଧନୀ ଅଭିନେତ୍ରୀ ହୋଇଥିଲେ। ଗତ ବର୍ଷର ହୁରୁନ୍ ରିଚ୍ ଲିଷ୍ଟ ଅନୁଯାୟୀ, ‘ୟେସ୍ ବସ୍’ ଅଭିନେତ୍ରୀଙ୍କ ସମ୍ପତ୍ତି ୪୬୦୦ କୋଟି। ଏହି ତାଲିକାରେ ଐଶ୍ୱର୍ଯ୍ୟା ରାୟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନ ମଧ୍ୟ ଅଛନ୍ତି।

ପରଦାରେ ଦମ୍‌ଦାର ପ୍ରଦର୍ଶନ ପାଇଁ ପରିଚିତ ଐଶ୍ୱର୍ଯ୍ୟା ବଲିଉଡ୍‌ର ଅନ୍ୟତମ ସବୁଠୁ ମହଙ୍ଗା ଅଭିନେତ୍ରୀ । ଗୋଟିଏ ଫିଲ୍ମ ପିଛା ସେ ପ୍ରାୟ ୧୦ କୋଟି ଟଙ୍କା ପାରିଶ୍ରମିକ ଚାର୍ଜ କରନ୍ତି । ଅଭିନୟ ସହିତ ଲୋକପ୍ରିୟ ଓ ମହଙ୍ଗା ଭାରତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକର ବିଜ୍ଞାପନରୁ ସେ ୬-୭ କୋଟି ଟଙ୍କା ଆୟ କରନ୍ତି । ବିଜ୍ଞାପନରେ ତାଙ୍କର ଉପସ୍ଥିତି ବିଶ୍ୱସ୍ତରରେ ତାଙ୍କ ଲୋକପ୍ରିୟତାକୁ ବଜାୟ ରଖିବାରେ ସାହାଯ୍ୟ କରିଛି। ଅଭିନୟ ଓ ବିଜ୍ଞାପନ ସହିତ ଐଶ୍ୱର୍ଯ୍ୟା ବ୍ୟବସାୟ ଜଗତରେ ମଧ୍ୟ ଏଣ୍ଟ୍ରି କରିଛନ୍ତି । ତାଙ୍କୁ ବଲିଉଡ୍‌ର ସବୁଠୁ ସଫଳ ମହିଳା ଉଦ୍ୟୋଗୀ ଭାବେ ବିବେଚନା କରାଯାଉଛି । 

ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ଐଶ୍ୱର୍ଯ୍ୟା ଅନେକ ବିଳାସପୂର୍ଣ୍ଣ ସମ୍ପତ୍ତିର ମାଲିକ । ବର୍ତ୍ତମାନ ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ୫୦ କୋଟିର ଭବ୍ୟ ବଙ୍ଗଳାରେ ରହୁଛନ୍ତି । ଦୁବାଇର ଜୁମିରା ଗଲ୍‌ଫ ଇଷ୍ଟେଟ୍ସରେ ଥିବା ସାନ୍‌ଚୁଆରୀ ଫଲ୍ସରେ ତାଙ୍କର ଏକ ସୁନ୍ଦର ଭିଲ୍ଲା ରହିଛି, ଯାହା ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଦର୍ଶାଉଛି । 

Scroll to Top