ଦେଉଳସାହିର ଜଣାଶୁଣା ସମାଜସେବୀ ସାନନ୍ଦ ସେଠୀଙ୍କ ପରଲୋକ, ମୃତ ଶରୀର ଏସସବିକୁ ଦାନ କଲେ ପରିବାରଲୋକେ

ଦେଉଳସାହିର-ଜଣାଶୁଣା-ସମାଜସେବୀ-ସାନନ୍ଦ-ସେଠୀଙ୍କ-ପରଲୋକ,-ମୃତ-ଶରୀର-ଏସସବିକୁ-ଦାନ-କଲେ-ପରିବାରଲୋକେ

ଦେଉଳସାହିର ଜଣାଶୁଣା ସମାଜସେବୀ ସାନନ୍ଦ ସେଠୀଙ୍କ ପରଲୋକ, ମୃତ ଶରୀର ଏସସବିକୁ ଦାନ କଲେ ପରିବାରଲୋକେ

Published By: Chikun – Prameya-News7 Bureau | November 16, 2025 10:56 PM

NEWS7

Sanand Sethi, a well-known social worker from Deulasahi, passes away

କଟକ: ରବିବାର ଦେଉଳସାହିର ଜଣାଶୁଣା ସମାଜସେବୀ ସାନନ୍ଦ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି। ଜଣେ ପରୋପକାରୀ ବ୍ୟକ୍ତି ଭାବରେ ସାନନ୍ଦ ସେଠୀଙ୍କ ଥିଲେ ଖୁବ୍ ପରିଚିତ। ସମସ୍ତଙ୍କ ସୁଃଖ ଦୁଃଖରେ ସେ ସାହା ହେଉଥିଲେ। ଅଞ୍ଚଳରେ ଅନେକ ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି।

ତେବେ ବଡ଼ କଥା ହେଲା ସାନନ୍ଦ ଜୀବିତ ଅବସ୍ଥାରେ ଶରୀର ଦାନ ପାଇଁ ପ୍ରତିଶ୍ରୁତି ପତ୍ର ସ୍ବାକ୍ଷର କରିଥିଲେ। ତେଣୁ ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ କଟକ ଏସସିବି ମେଡିକାଲର ଆନାଟୋମି ବିଭାଗକୁ ହସ୍ତାନ୍ତର କରାଯାଇଛି। ସାନନ୍ଦଙ୍କ ଆଖିର କର୍ଣ୍ଣିଆ ମେଡିକାଲ କର୍ତ୍ତୃପକ୍ଷ ଚାହିଁଲେ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଦାନ କରିପାରିବେ ବୋଲି ପରିବାର ଲୋକେ କହିଛନ୍ତି।

ଛୋଟ ବେଳୁ ସାନନ୍ଦ ବାମପନ୍ଥୀ ଚିନ୍ତାଧାରା ଦ୍ଵାରା ପ୍ରଭାବିତ ହୋଇଥିଲେ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ନିଜ ଶରୀର ଦାନ କରିବା ଘଟଣାରୁ ପ୍ରଭାବିତ ହୋଇ ସାନନ୍ଦ ମୃତ୍ୟୁ ପରେ ଶରୀର ଦାନ କରିବାକୁ ପ୍ରତିଶ୍ରୁତି ପତ୍ର ସ୍ବାକ୍ଷର କରିଥିଲେ। ସାନନ୍ଦଙ୍କର ଏହି ମହାନ୍ ଦାନ ତାଙ୍କୁ ମୃତ୍ୟୁ ପରେ ମଧ୍ୟ ଅମର ରଖିବା ସହ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନରେ ସହାୟକ ହେବ ବୋଲି ତାଙ୍କର ସହକର୍ମୀମାନେ କହିଛନ୍ତି।

Scroll to Top