ଦୂର ହେଲା ଦ୍ୱନ୍ଦ୍ୱ, ଜାଣନ୍ତୁ କେବେ ପାଳିବେ ଦୀପାବଳି
Published By: Ruby – Prameya-News7 Bureau | October 09, 2025 03:30 PM
NEWS7
ପୁରୀ ୦୯।୧୦ : କେଉଁ ଦିନ ପାଳିବେ ଦୀପାବଳୀ ବା ପୟାଶ୍ରାଦ୍ଧ। କେଉଁ ତାରିଖରେ ଏହାକୁ ପାଳନ କରାଯିବ ତାକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ। ରାଧାରମଣ ପ୍ରେସ ପଞ୍ଜିକା ଆଦି ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକାରେ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ୨୧ ତାରିଖରେ ପାଳନ ପାଇଁ ଅନ୍ୟ ପଞ୍ଜିକାରେ ଉଲ୍ଲେଖ ରହିଛି।
ତେବେ ବରିଷ୍ଠ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ରଙ୍କ କହିବା ଅନୁଯାୟୀ, ୨୦ ତାରିଖ ନୁହେଁ ବରଂ ୨୧ ତାରିଖରେ ପୟା ଶ୍ରାଦ୍ଧ ପାଳନ ହେବ। ୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି। ତେବେ ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇ ପାରନ୍ତି ନାହିଁ, ସେମାନେ ମହାଳୟା ଅମାବାସ୍ୟାରେ ଶ୍ରାଦ୍ଧ ଦେଇଥାନ୍ତି। ଦିନରେ ମହାଳୟା ଶ୍ରାଦ୍ଧ ଦେବା ପରେ ରାତିରେ ଦୀପ ଦାନ କରିଥାନ୍ତି। କିନ୍ତୁ ୨୦ ତାରିଖରେ ଦିନ ତମାମ ଚତୁର୍ଦ୍ଦଶୀ ରହୁଥିବାରୁ କିଭଳି ସେଦିନ ପୟା ଶ୍ରାଦ୍ଧ ହେବ ସେନେଇ ପ୍ରଶ୍ନ ଉଠାଇଛନ୍ତି ହରିଶଙ୍କର ମିଶ୍ର।




