ଦୁର୍ନୀତି ଏବଂ ଭ୍ରଷ୍ଟାଚାର ମୁକ୍ତ ଶାସନ ଦେବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ, ଦୁର୍ନୀତିକୁ ପ୍ରତିହତ କରିବାକୁ ନେଉଛନ୍ତି ପଦକ୍ଷେପ

ଦୁର୍ନୀତି-ଏବଂ-ଭ୍ରଷ୍ଟାଚାର-ମୁକ୍ତ-ଶାସନ-ଦେବା-ଲାଗି-ସରକାର-ପ୍ରତିଶ୍ରୁତିବଦ୍ଧ,-ଦୁର୍ନୀତିକୁ-ପ୍ରତିହତ-କରିବାକୁ-ନେଉଛନ୍ତି-ପଦକ୍ଷେପ

ଭୁବନେଶ୍ବର ୧୬।୮: ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ କଠୋର ବିଜେପି ସରକାର । ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର । ପୂର୍ବ ସରକାର ଭଳି କେବଳ ପିଅନ, କିରାଣୀ ମାନଙ୍କ ଉପରେ ନୁହେଁ, ମୁଖ୍ୟଯନ୍ତ୍ରୀ ସ୍ତରର ଅଧିକାରୀଙ୍କ ଉପରେ ମଧ୍ୟ ବିଜେପି ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ଉପରେ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଦୁର୍ନୀତି ଏବଂ ଭ୍ରଷ୍ଟାଚାର ମୁକ୍ତ ଶାସନ ଦେବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ । ଏ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦୁର୍ନୀତିକୁ ପ୍ରତିହତ କରିବା ପାଇଁ ପାରୁ ପର୍ଯ୍ୟନ୍ତ ପଦକ୍ଷେପ ନେଉଛନ୍ତି ବୋଲି ଆଇନ ମନ୍ତ୍ରୀ  । 

ସଂଗଠିତ ଅପରାଧ ବାବଦରେ ମଧ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଅପରାଧୀଙ୍କୁ ୨୪ରୁ ୪୮ ଘଣ୍ଟା ଭିତରେ ଗିରଫ କରିବା ସହ କୋର୍ଟ ଚାଲାଣ କରିବାର ପ୍ରକ୍ରିୟା ସରକାର ଚଳାଇଛନ୍ତି । ଯେକୌଣସି ଅପରାଧ ହେଉ ତାକୁ ଦମନ କରିବା ପାଇଁ ସରକାର ତତ୍ପର ଅଛନ୍ତି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଅପରାଧ ହାର କମିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ସମୟରେ ସାଇକୋଟ୍ରୋପିକ୍ କେମିକାଲ ଡ୍ରଗ୍ସ ବଡ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି । ଯୁବ ସମାଜଙ୍କ ମଧ୍ୟରେ ଏହାର ବ୍ୟବହାର ମଧ୍ୟ ବଢିଛି । ତେଣୁ ସେ ଦିଗରେ ପଦକ୍ଷେପ ନେବା ପ୍ରକ୍ରିୟା ମଧ୍ୟ ସରକାର ଆରମ୍ଭ କରିଛନ୍ତି । ଏହାସହ କାଉନସେଲିଂ ଏବଂ ସଠିକ୍ ପଦକ୍ଷେପ ନିଆଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

You Can Read:

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ପାସ୍ ହାର ୫୬.୨୩ ପ୍ରତିଶତ

Scroll to Top