ଦୁବାଇରେ ଏବେ ନିର୍ମାଣ ହେବାକୁ ଯାଉଛି ଗୋଲ୍ଡ ଷ୍ଟ୍ରିଟ୍, ଯେଉଁଠାରେ କେବଳ ଦେଖିବାକୁ ମିଳିବ ସୁନା ହିଁ ସୁନା….

ଦୁବାଇରେ-ଏବେ-ନିର୍ମାଣ-ହେବାକୁ-ଯାଉଛି-ଗୋଲ୍ଡ-ଷ୍ଟ୍ରିଟ୍,-ଯେଉଁଠାରେ-କେବଳ-ଦେଖିବାକୁ-ମିଳିବ-ସୁନା-ହିଁ-ସୁନା….

ନୂଆଦିଲ୍ଲୀ ୩୧।୦୧; ସୁନା ଏଭଳି ଏକ ଜିନିଷ, ଯାହା ଶତାବ୍ଦୀ ଧରି ଲୋକ ଆକର୍ଷଣୀୟ ସାମଗ୍ରୀ ହୋଇଆସିଛି। ବର୍ତ୍ତମାନ ଭାରତରେ ଏହାର ଦର ଅଦ୍ଭୁତ ପୂର୍ବ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଲୋକମାନେ ଚିନ୍ତାରେ ଅଛନ୍ତି । କିଛି ଲୋକେ ପ୍ରାୟତଃ ନିଜ ଲକରରେ ସୁନା ଲକ୍ କରି ରଖନ୍ତି, କିନ୍ତୁ ଯଦି କେହି ସୁନାକୁ ବ୍ୟବହାର କରି ସମ୍ପୂର୍ଣ୍ଣ ରାସ୍ତା ତିଆରି କରନ୍ତି ତେବେ କଣ ହେବ? ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ; ଏହା ପୂରାପୁରି ସତ… ବିଶ୍ଵର ସିଟି ଅଫ୍ ଗୋଲ୍ଡ ନାମକ ଚର୍ଚ୍ଚିତ ଦୁବାଇରେ ଏହା ଘଟିବାକୁ ଯାଉଛି।

Ithra Dubai officially launches Dubai Gold District, a purpose-built destination designed to strengthen Dubai’s position as the world’s leading hub for the gold and jewellery trade. Developed as a unified ecosystem, the District features more than 1,000 retailers and brings… pic.twitter.com/sY1ekO65PO

— Dubai Media Office (@DXBMediaOffice) January 27, 2026

ଦୁବାଇ ବିଶ୍ୱର ପ୍ରଥମ ସୁନାର ରାସ୍ତା ନିର୍ମାଣ କରିବା ନେଇ ଘୋଷଣା କରିଛି। ଏହି ରାସ୍ତା ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ରେ ନିର୍ମିତ ହେବ। ଯାହା ଦେଇରା ଅଞ୍ଚଳରେ ବିକଶିତ ହେବ। ନୂଆ ଗୋଲ୍ଡ ଡିଷ୍ଟ୍ରିକ୍ର ଲଞ୍ଚ ସମୟରେ ସମ୍ପତ୍ତି ବିକାଶକାରୀ ଇଥ୍ରା ଦୁବାଇ ଦ୍ୱାରା ଗୋଲ୍ଡ ଷ୍ଟ୍ରିଟର ଘୋଷଣା କରାଯାଇଥିଲା। ଏହି ସୁନା ରାସ୍ତା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଯେଉଁମାନେ ଏହି ହଳଦିଆ ଧାତୁର ଚମକକୁ ନିକଟରୁ ଅନୁଭବ କରିବାକୁ ଚାହାଁନ୍ତି। ଦୁବାଇ ଗୋଲ୍ଡ ଡିସଷ୍ଟ୍ରିକ ନାମକ ଏହି ପ୍ରୋଜେକ୍ଟ ୧୦୦୦ରୁ ଅଧିକ ପ୍ରସିଦ୍ଧ ଅଳଙ୍କାର ଏବଂ ସୁନା ବ୍ୟବସାୟୀଙ୍କୁ ଏକାଠି କରୁଛି। ସୁନା ଏବଂ ଅଳଙ୍କାରର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳା ଗୋଟିଏ ଛାତ ତଳେ ଉପଲବ୍ଧ ହେବ। ଖୁଚୁରା ଠାରୁ ପାଇକାରୀ ପର୍ଯ୍ୟନ୍ତ, ଏଠାରେ ସୁନା ଉପଲବ୍ଧ ହେବ। ସୁନା ଏବଂ ସୁନାର ବଜାରରେ ନିବେଶ ସୁଯୋଗ ମଧ୍ୟ ମିଳିବ। ଦୁବାଇ ଗୋଲ୍ଡ ଡିସଷ୍ଟ୍ରିକ୍ କେବଳ ସୁନା ଏବଂ ଅଳଙ୍କାର ନୁହେଁ, ବରଂ ପରଫ୍ୟୁମ୍, କସ୍ମେଟିକ୍ ଏବଂ ଲଗଜରୀ ଲାଇଫଷ୍ଟାଇଲ ପ୍ରଡକ୍ଟସ ମଧ୍ୟ ମିଳିବ।

ବଡ କଥା ହେଉଛି, ଏହି ଡିସଷ୍ଟ୍ରିକରେ ଭାରତୀୟ ବ୍ରାଣ୍ଡ ଗୁଡ଼ିକ ମଧ୍ୟ ପ୍ରମୁଖ ହେବେ। ତନିଷ୍କ, ମାଲାବାର ଗୋଲ୍ଡ ଏବଂ ଜୋୟାଲୁକାସ୍ ଭଳି ପ୍ରସିଦ୍ଧ ସୁନା ଖୁଚୁରା ବ୍ୟବସାୟୀମାନେ ମଧ୍ୟ ଏଠାରେ ଶୋ’ରୁମ୍ ସ୍ଥାପନ କରିବେ। ଜୋୟାଲୁକାସ୍ ମଧ୍ୟପ୍ରାଚ୍ୟରେ ଏହାର ସର୍ବବୃହତ ଫ୍ଲାଗସିପ୍ ଷ୍ଟୋର ଖୋଲିବାକୁ ପ୍ରସ୍ତୁତ ହେଉଛି। ଯାହା ୨୪,୦୦୦ ବର୍ଗଫୁଟ ପରିମିତ। ଦୁବାଇ ଏବଂ ସୁନା ମଧ୍ୟରେ ସମ୍ପର୍କ ଗଭୀର ଭାବରେ ଜଡିତ। କେବଳ ୨୦୨୪-୨୫ ମସିହାରେ, ସଂଯୁକ୍ତ ଆରବ ଏମିରେଟ୍ସ (UAE) ପ୍ରାୟ ୫୨.୪୧ ବିଲିୟନ ମୂଲ୍ୟର ସୁନା ରପ୍ତାନି କରିଥିଲା। ଯାହା ଏହାକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଭୌତିକ ସୁନା ବାଣିଜ୍ୟ ଡେଷ୍ଟିନେସନ। ଦୁବାଇରୁ ସୁନା କ୍ରୟ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ, ସ୍ୱିଜରଲ୍ୟାଣ୍ଡ, ୟୁକେ, ହଂକଂ ଏବଂ ତୁର୍କୀ ସାମିଲ। ଏହି ଗୋଲ୍ଡ ଡିସଷ୍ଟ୍ରିକ୍କୁ ପ୍ରସ୍ତୁତ ହେବା ମାତ୍ରେ ଦୁବାଇ ଏକ ପ୍ରମୁଖ ବିଶ୍ୱ ସୁନା କ୍ରୟ କେନ୍ଦ୍ର ହୋଇଯିବ।

Scroll to Top