ଦୁଇ ହୋଟେଲ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ, ଗୁରୁତର ବ୍ୟବସାୟୀ ମେଡିକାଲରେ ଭର୍ତ୍ତି

ଦୁଇ-ହୋଟେଲ-ବ୍ୟବସାୟୀଙ୍କ-ମଧ୍ୟରେ-ଗଣ୍ଡଗୋଳ,-ଗୁରୁତର-ବ୍ୟବସାୟୀ-ମେଡିକାଲରେ-ଭର୍ତ୍ତି

ଦୁଇ ହୋଟେଲ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ, ଗୁରୁତର ବ୍ୟବସାୟୀ ମେଡିକାଲରେ ଭର୍ତ୍ତି

ବ୍ୟବସାୟୀ ଗଣ୍ଡଗୋଳରେ ଭୁଜାଲି ମାଡ । ଗଣ୍ଡଗୋଳରେ ଜଣେ ଗୁରୁତର । ଗୁରୁତର ବ୍ୟବସାୟୀ ଅକ୍ଷୟ ଦାସ ବୋଲି ଜଣାପଡିଛି । ଯାଜପୁର ବିଂଝାରପୁର ଥାନା ବାଳମକୁଳି ଛକରେ ଘଟିଛି ଏଭଳି ଘଟଣା ।

Published By: Ruby – Prameya-News7 Bureau | March 06, 2026 07:13 PM

NEWS7

Jajpur News

ଯାଜପୁର ୬।୩: ହୋଟେଲ ବ୍ୟବସାୟକୁ ନେଇ ଦୁଇ ହୋଟେଲ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ । ବ୍ୟବସାୟୀ ଗଣ୍ଡଗୋଳରେ ହୋଇଛି ଭୁଜାଲି ମାଡ । ଗଣ୍ଡଗୋଳରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଅକ୍ଷୟ ଦାସ ବୋଲି ଜଣାପଡିଛି । ଯାଜପୁର ବିଂଝାରପୁର ଥାନା ବାଳମକୁଳି ଛକରେ ଘଟିଛି ଘଟଣା ।

ଏ ଖବର ବି ପଢ଼ନ୍ତୁ:- ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି, ଗୁଜରାଟ ଭଳି ଏଠାରେ ମଧ୍ୟ ବିକାଶ ହେବ

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବାଳମୁକୁଳି ଛକରେ ଥିବା ଦୁଇ ହୋଟେଲ ବ୍ୟବସାୟୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଗଣ୍ଡଗୋଳର ରୂପ ନେଇଥିଲା । ଗଣ୍ଡଗୋଳ ବେଳେ ଅକ୍ଷୟ ଦାସଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ପ୍ରଥମେ ବିଂଝାରପୁର ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।

Scroll to Top