ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ : ୬ ମାସ ଭିତରେ ରାଜସ୍ବ ବିଭାଗରେ ପଡ଼ିଥିବା ସବୁ କେସ୍‌ର ହେବ ସମାଧାନ

ଦୁଇ-ଦିନିଆ-ଜିଲ୍ଲାପାଳ-ଓ-ଏସପି-ସମ୍ମିଳନୀ-:-୬-ମାସ-ଭିତରେ-ରାଜସ୍ବ-ବିଭାଗରେ-ପଡ଼ିଥିବା-ସବୁ-କେସ୍‌ର-ହେବ-ସମାଧାନ

ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ : ୬ ମାସ ଭିତରେ ରାଜସ୍ବ ବିଭାଗରେ ପଡ଼ିଥିବା ସବୁ କେସ୍‌ର ହେବ ସମାଧାନ

Published By: Ruby – Prameya-News7 Bureau | November 18, 2025 02:25 PM

NEWS7

Suresh Pujari

ଭୁବନେଶ୍ବର ୧୮୧୧: ଆରମ୍ଭ ହେଲା ଦୁଇ ଦିନିଆ ଜିଲ୍ଲାପାଳ ଓ ଏପି ସମ୍ମିଳନୀ । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀରେ ଉପସ୍ଥିତ ରହି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମାନଙ୍କୁ ମାର୍ଗଦର୍ଶନ କରାଇବେ

ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ୬ ମାସ ଭିତରେ ରାଜସ୍ବ ବିଭାଗରେ ପଡ଼ିଥିବା ସବୁ କେସର ସମାଧାନ ହେବ ଏଥିପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ୫ ବର୍ଷରେ ଓଡ଼ିଶାରେ ରହିବେନି ଭୂମିହୀନ ଆମ ସରକାର ୨୪ ହଜାର ଶିକ୍ଷାନୁଷ୍ଠାନକୁ ପଟ୍ଟା ଦେବାରେ ସଫଳ ହୋଇଛନ୍ତି । ୨୫ ହଜାର ଭୂମିହୀନକୁ ଜମି ଦିଆଯାଇଛି ଏହାସହ ଜନଗଣନା ପୂର୍ବରୁ ସମସ୍ତ ରାଜସ୍ବ ଗ୍ରାମ ଆବେଦନକୁ ସୁପାରିଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରାଜସ୍ବ ମନ୍ତ୍ରୀ ଏହାସହ ରାଜସ୍ବ ମନ୍ତ୍ରୀ କହିଛନ୍ତି ଲୋକଟିଏ ଜମି ପାଇଁ ଆମ ପାଖକୁ ନଆସୁ ଆମେ ସର୍ଭେ କରି ସେମାନଙ୍କୁ ସେବା ଦେବାକୁ ଅଧିକାରୀଙ୍କୁ କହିଛୁ ବୋଲି ସୁରେଶ ପୂଜାରୀ କହିଛନ୍ତି ।

Scroll to Top