ଦୁଇଟି କାରର ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ବିଲରେ ପଡି଼ଛି ଗାଡ଼ି
Published By: Kirti – Prameya-News7 Bureau | February 15, 2026 09:30 AM
NEWS7
ଭୁବନେଶ୍ୱର ୧୫।୦୨ : ରାଜଧାନୀ ଉପକଣ୍ଠରେ ସିରିଜ୍ ଦୁର୍ଘଟଣା । ଦୁଇଟି କାର୍ ମଧ୍ୟରେ ଦୁର୍ଘଟଣା ପରେ ରାସ୍ତାକଡ଼ରେ ଥିବା ବିଲ ଭିତରକୁ ଖସିପଡିଲେ ଗାଡ଼ି । ଏହି ଭୟଙ୍କର ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ସମୟ ରବିବାର ସକାଳ । ଗୋହିରା ଛକରୁ ବାଗ୍ଚୀ ହସ୍ପିଟାଲରେ ରାସ୍ତାର ଉଭୟ ପଟୁ ଆସୁଥିଲା ଦୁଇଟି କାର୍ । ଏହି ସମୟରେ ହଠାତ୍ ଦୁଇଟି କାର୍ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲେ । ଏହାପରେ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଖସି ପଡିଥିଲେ । ତେବେ ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏହାପରେ ସେହି ଗୁରୁତରମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏ ଖବର ବି ପଢନ୍ତୁ:- ବିଭିନ୍ନ ଶୈବପୀଠରେ ଭକ୍ତିମୟ ପରିବେଶ, ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ




