ଦୀର୍ଘ ବର୍ଷ ପ୍ରତିକ୍ଷାର ହେଲା ଅନ୍ତ, କେନ୍ଦ୍ରମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ପରେ ସରିଛି ବ୍ରିଜ୍ କାମ

ଦୀର୍ଘ-ବର୍ଷ-ପ୍ରତିକ୍ଷାର-ହେଲା-ଅନ୍ତ,-କେନ୍ଦ୍ରମନ୍ତ୍ରୀଙ୍କ-ସ୍ୱତନ୍ତ୍ର-ନିର୍ଦ୍ଦେଶ-ପରେ-ସରିଛି-ବ୍ରିଜ୍-କାମ

ଦୀର୍ଘ ବର୍ଷ ପ୍ରତିକ୍ଷାର ହେଲା ଅନ୍ତ, କେନ୍ଦ୍ରମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ପରେ ସରିଛି ବ୍ରିଜ୍ କାମ

Published By: Kirti – Prameya-News7 Bureau | January 25, 2026 03:28 PM

NEWS7

vc

ଅନୁଗୋଳ ୨୫।୦୧ : ବହୁ ପ୍ରତିକ୍ଷାର ହେଲା ଅନ୍ତ । ତାଳଚେର ଅନୁଗୋଳ ଦୈତ ନଗରୀକୁ ସଂଯୋଗ କରୁଥିବା ଘଣ୍ଟପଡ଼ା ପ୍ଲାଇ ଓଭରବ୍ରିଜ୍ କାର୍ଯ୍ୟ ସମାପନ ହୋଇଛି । ଏହାସହିତ ବ୍ରିଜ୍କୁ ମଧ୍ୟ ଉଦ୍ଘାଟନୀ କରାଯାଇଛି । MCLର CSR ଫଣ୍ଡରୁ ୪୨.୭ କୋଟି ଟଙ୍କା ବିନିମୟରେ ଏହି ଓଭର ବ୍ରିଜ କାମ ସମାପନ ପରେ ଉଦ୍ଘାଟନୀ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ VC ମାଧ୍ୟମରେ ତାଳଚେରବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଉପସ୍ଥିତ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହିଥିଲେ। ଅନ୍ୟତମ ଅତିଥି ଭାବେ ତାଳଚେର,ଅନୁଗୋଳ,ପାଲଲହଡ଼ା ଏବଂ ଛେଣ୍ଡିପଦା ବିଧାୟକ ଉପସ୍ଥିତ ରହିଥିଲେ। ଏହି ରାସ୍ତା ଦେଇ ଅନୁଗୋଳକୁ ଯିବାରେ ରେଲୱେ ଫାଟକ ଯୋଗୁଁ ଘଣ୍ଟା ଘଣ୍ଟା ଧରି ବହୁ ଗାଡି ମଟର ଅଟକିବା ସହ ଆମ୍ବୁଲାନ୍ସ ଏବଂ ପୋଲିସ ଗାଡି ମଧ୍ୟ ଅଟକି ରହୁଥିଲା। ଆଜି ତାର ଅନ୍ତ ଘଟିଛି । ଦୀର୍ଘ ୮ ବର୍ଷ ଧରି ଏହାର ନିର୍ମାଣ କାମ ଚାଲୁଥିଲା। କିନ୍ତୁ ଗତ ଗୋଟିଏ ବର୍ଷ ହେବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ MCLକୁ ସ୍ଵତନ୍ତ୍ର ନିର୍ଦ୍ଦେଶ ଦେବା ପରେ ଏହି ପ୍ରକଳ୍ପର ଅନ୍ତ ଘଟିଛି । ଏଣୁ ଅଞ୍ଚଳ ବାସୀ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ ।

Scroll to Top