ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ, ପ୍ରଦୂଷଣ ମୁକ୍ତ ଉତ୍ସବ ପାଳନ ଲାଗି ସିଏମଙ୍କ ଆହ୍ୱାନ

ଦୀପାବଳି-ଶୁଭେଚ୍ଛା-ଜଣାଇଲେ-ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ,-ପ୍ରଦୂଷଣ-ମୁକ୍ତ-ଉତ୍ସବ-ପାଳନ-ଲାଗି-ସିଏମଙ୍କ-ଆହ୍ୱାନ

ଭୁବନେଶ୍ୱର ୨୦/୧୦: ଆଜି ଆଲୋକର ପର୍ବ ଦୀପାବଳି । ଦୀପାବଳି ଭାରତବର୍ଷରେ ଦିନ୍ଦୁମାନଙ୍କ ଦ୍ୱାରା ପାଳନ ହେଉଥିବା ଏକ ବଡ ପର୍ବ ଅଟେ । ଦୀପମାନଙ୍କର ସ୍ୱତନ୍ତ୍ର ପର୍ବ ହେବା କାରଣରୁ ଏହାକୁ ଦୀପାବଳି ବା ଦିଓ୍ୱାଲୀ ବୋଲି କୁହାଯାଇଥାଏ । ଦୀପାବଳିର କିଛି ଦିନ ପୂର୍ବରୁ ସଭିଏଁ ନିଜର ଘରକୁ ସଫାସୁତୁରା କରି ଥାଆନ୍ତି ।

କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଉଥିବା ଏହି ପର୍ବରେ ଦୀପର ପ୍ରଜ୍ୱଳନ ଅନ୍ଧକାରକୁ ଦୂର କରିଥାଏ । ସମସ୍ତ ଧର୍ମ ସମ୍ପ୍ରଦାୟର ଲୋକେ ଏହାକୁ ଖୁବ ଧୁମଧାମର ସହ ପାଳନ କରିଥାଆନ୍ତି। ବିଭିନ୍ନ ଧର୍ମର ଲୋକେ ଏହାକୁ ପାଳନ କରିବା ସହ ସଭିଁଙ୍କ ମନରେ ଭଲପାଇବାର ଦୀପ ଅର୍ଥାତ ଲୋକେ ଖୁବ ଆନନ୍ଦ ଓ ଉଲ୍ଲାସର ସହ ଏହାକୁ ପାଳନ କରିଥାଆନ୍ତି।

On the auspicious occasion of Diwali, I extend my heartfelt greetings and best wishes to all Indians, both in India and across the world. pic.twitter.com/SbcMcNjx8R

— President of India (@rashtrapatibhvn) October 20, 2025

ଏହି ଅବସରର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଦୀପାବଳିର ପବିତ୍ର ଅବସରରେ, ମୁଁ ଭାରତ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ଏହା ସାରା ଦେଶବାସୀଙ୍କ ପ୍ରିୟ ପର୍ବ । ଏହା ଅନ୍ଧାର ଉପର ଆଲୋକ ଓ ଅଧର୍ମ ଉପରେ ଧର୍ମର ବିଜୟ । ଦେଶର ବିଭିନ୍ନ ସ୍ଥାନରେ ସ୍ଥାନରେ ଆନନ୍ଦ ଓ ହର୍ସ ଉଲ୍ଲାସର ସହ ପାଳନ କରାଯାଉଥିବା ଏହି ପର୍ବ ପ୍ରେମ ଓ ଭାଇଚାରର ବାର୍ତ୍ତା ବାଣ୍ଟୁଛି ।  

Greetings on the occasion of Diwali. May this festival of lights illuminate our lives with harmony, happiness and prosperity. May the spirit of positivity prevail all around us.

— Narendra Modi (@narendramodi) October 20, 2025

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ନମୋ କହିଛନ୍ତି ମୋର ସମସ୍ତ ନାଗରିକଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା । ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ସଦ୍ଭାବରେ ଆଲୋକିତ କରୁ। 

ଦୀପାବଳି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା ବାର୍ତ୍ତା :- pic.twitter.com/8v1AUY8Ay7

— CMO Odisha (@CMO_Odisha) October 19, 2025

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ସୁରକ୍ଷିତ ଓ ସବୁଜ ଦୀପାବଳି ପାଳନ କରିବା ପାଇଁ ସେ ନିବେଦନ କରିଛନ୍ତି । ଏହାସହ ସେ କହିଛନ୍ତି ‘ଜ୍ଞାନର ଆଲୋକ ମଣିଷଙ୍କୁ ଅଜ୍ଞାନର ଅନ୍ଧକାରରୁ ରକ୍ଷା କରେ । ପ୍ରଦୂଷଣମୁକ୍ତ ଓ ସବୁଜ ଦୀପାବଳି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । 

Scroll to Top