ଦୀପାବଳି ରାତିରେ ଅଘଟଣ, ପୁରୀ ବଡ଼ଦାଣ୍ଡରେ ଯୁବକଙ୍କୁ ଛୁରାମାଡ଼
Published By: Kirti – Prameya-News7 Bureau | October 21, 2025 09:10 AM
NEWS7
ପୁରୀ ୨୧।୧୦ : ପୁରୀ ବଡ଼ଦାଣ୍ଡରେ ଯୁବକଙ୍କୁ ଛୁରାମାଡ଼। ଟାଉନ ଥାନା ଅନ୍ତର୍ଗତ ପାପୁଡ଼ିଆ ମଠ ସମ୍ମୁଖରେ ଯୁବକଙ୍କୁ ଛୁରାମାଡ ହୋଇଛି । ଗୁରୁତର ଯୁବକ ଜଣକ ହେଉଛନ୍ତି ହେମନ୍ତ ପଟ୍ଟନାୟକ। ଖଜା ଦୋକାନୀ ହେମନ୍ତଙ୍କୁ ଜଣେ ଦୃର୍ବୁତ୍ତ ଛୁରାମାଡ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ସୋମବାର ଦୀପାବଳି ଥିବା ବେଳେ ରାତିରେ ହେମନ୍ତ ନିଜ ଖଜା ଦୋକାନୀ ମାଲିକଙ୍କ ସହ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଜଣେ ଦୃର୍ବୁତ୍ତ ପକେଟରୁ ଛୁରୀ ବାହାର କରି ହେମନ୍ତର କାନକୁ ଆକ୍ରମଣ କରିଥିଲା। ଯେଉଁଥିରେ ହେମନ୍ତ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପୋଲିସ ଅନୁମାନ କରିଥିବା ବେଳେ ଦୁର୍ବୁତ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।




