ଦୀଘା ସମୁଦ୍ରରେ ୧୦ ଫୁଟର ଉଚ୍ଚ ଜୁଆର, ସୁରକ୍ଷା ପାଚେରୀ ଡେଇଁ ରାସ୍ତାକୁ ମାଡି ଆସିଲା ସମୁଦ୍ର ପାଣି

ଦୀଘା-ସମୁଦ୍ରରେ-୧୦-ଫୁଟର-ଉଚ୍ଚ-ଜୁଆର,-ସୁରକ୍ଷା-ପାଚେରୀ-ଡେଇଁ-ରାସ୍ତାକୁ-ମାଡି-ଆସିଲା-ସମୁଦ୍ର-ପାଣି

ଦୀଘା ସମୁଦ୍ରରେ ୧୦ ଫୁଟର ଉଚ୍ଚ ଜୁଆର, ସୁରକ୍ଷା ପାଚେରୀ ଡେଇଁ ରାସ୍ତାକୁ ମାଡି ଆସିଲା ସମୁଦ୍ର ପାଣି

Published By : Prameya-News7 Bureau | August 08, 2025 IST

ଭୋଗରାଇ ୮।୮: ଦୀଘା ସମୁଦ୍ରରେ ୧୦ ଫୁଟର ଉଚ୍ଚ ଜୁଆର । ସୁରକ୍ଷା ପାଚେରୀ ଡେଇଁ ରାସ୍ତାକୁ ମାଡି ଆସିଲା ସମୁଦ୍ର ପାଣି । ସ୍ଥାନୀୟ ଲୋକେ ଆତଙ୍କିତ । ସମୁଦ୍ର କୂଳରେ ଥିବା ଦୋକାନ ବଜାର ନେଇ ଧାଇଁଲେ ଲୋକେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନତା ଜାରି । ଆହୁରି ୩ ଦିନ ଏଭଳି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଶ୍ରାବଣ ପୂର୍ଣ୍ଣିମା ପାଇଁ ସମୁଦ୍ର ଅଶାନ୍ତ ଥିବା ବେଳେ ସମୁଦ୍ରରେ ଉଚ୍ଚ  ଲହରୀ ଉଠିଥିବା ସୂଚନା ମିଳିଛି ।

ସେପଟେ ମାଛ ଧରି କୂଳକୁ ଫେରିବା ବେଳେ ସମୁଦ୍ର ଅଶାନ୍ତ ପାଇଁ ବୁଡ଼ିଲା ଟ୍ରଲର । ସ୍ଥାନୀୟ ମତ୍ସ୍ୟଜୀବୀ ଓ ପୋଲିସର ସହାୟତାରେ ଉଦ୍ଧାର ହେଲେ ୧୪ ଜଣ ମତ୍ସ୍ୟଜୀବୀ । ଘଟଣାର ତଦନ୍ତ ଚଳାଇଛି ସ୍ଥାନୀୟ ପୋଲିସ । ଉଦ୍ଧାର ପରେ ସମସ୍ତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି । ପଶ୍ଚିମବଙ୍ଗ କାନ୍ଥୀ ଶୌଲାଘାଟ ନିକଟରେ ଘଟିଛି ଘଟଣା । ଟ୍ରଲର ଟିକୁ ଶକ୍ତଧକ୍କା ଲାଗିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଇଛି ।

You Can Read:

କଲେଜରୁ କ୍ରୀଡ଼ା ପ୍ରତିଭା ଖୋଜିବେ ସରକାର, ସବୁ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚିଠି

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top