ଦିଲ୍ଲୀ AQIକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ AAP ନେତା ସୌରଭ ଭରଦ୍ୱାଜ, ଜାଣନ୍ତୁ କହିଲେ କ’ଣ?

ଦିଲ୍ଲୀ-aqiକୁ-ନେଇ-ମୁଖ୍ୟମନ୍ତ୍ରୀଙ୍କ-ଉପରେ-ବର୍ଷିଲେ-aap-ନେତା-ସୌରଭ-ଭରଦ୍ୱାଜ,-ଜାଣନ୍ତୁ-କହିଲେ-କ’ଣ?

ନୂଆଦିଲ୍ଲୀ ୨୧।୧୦ :  ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁପ୍ରଦୂଷଣ ସ୍ତର ଏବେ ଚିନ୍ତାନଜକ ସ୍ଥିତିକୁ ପହଞ୍ଚିଛି। ଦୀପାବଳିରେ କେବଳ ସବୁଜ ଫୋଟକା ଫୁଟାଇବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ, ହେଲେ ଦିଲ୍ଲୀ ସରକାରଙ୍କ ଜିଲ୍ଲା ମାଜିଷ୍ଟ୍ରେଟ୍, ତାଙ୍କ ଟିମ୍ ଓ ପୋଲିସ ସାଧାରଣ ଫୋଟକା ଅବୈଧ ବିକ୍ରି ରୋକି ନ ପାରିବାରୁ ଦିଲ୍ଲୀର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରକୁ ପହଞ୍ଚି ଯାଇଛି। ଏହି ଘଟଣା ପରେ ଆମ ଆଦମୀ ପାର୍ଟି (ଆପ) ନେତା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବିଜେପି ସରକାର ଉପରେ ଆକ୍ରମକ ହୋଇ ଉଠିଛନ୍ତି।

पहले यह संदेह था कि बीजेपी की दिल्ली सरकार का मल्टी-करोड़ “पटाखा लॉबी” के साथ कुछ समझौता था, लेकिन अब यह लगभग निश्चित है।

दिल्ली सरकार के जिला मजिस्ट्रेट, उनकी टीमें और दिल्ली पुलिस ने सामान्य पटाखों की अवैध बिक्री को नहीं रोका, हालांकि सुप्रीम कोर्ट की अनुमति केवल “हरे पटाखों”…

— Saurabh Bharadwaj (@Saurabh_MLAgk) October 21, 2025

 

ପ  ଦିଲ୍ଲୀ ଅଧ୍ୟକ୍ଷ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୯୯୯ରୁ ବି ଅଧିକ ରହିଛି ଓ ଦିଲ୍ଲୀ ସରକାର ତଥ୍ୟ ଲୁଚାଉଛନ୍ତି। ସୌରଭ ଭରଦ୍ୱାଜ ଏକ୍ସ ରେ ଗୋଟିଏ ପରେ ଗୋଟିଏ ଅନେକ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ‘ପ୍ରଥମେ ସନ୍ଦେହ କରାଯାଉଥିଲା ଦିଲ୍ଲୀର ବିଜେପି ସରକାରଙ୍କର ମଲ୍ଟି କ୍ରୋର ଫାୟାର କ୍ରାକର ଲବି ସହିତ ବୋଧେ ହୁଏ କିଛି ବୁଝାମଣା ହୋଇଛି, ହେଲେ ଏବେ ଏହା ସ୍ପଷ୍ଟ ହୋଇଯାଇଛି ’।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ଙ୍କ ‘ସମୀର’ ଆପ ଅନୁସାରେ ଦିଲ୍ଲୀର ୩୮ରୁ ୩୬ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ଏୟାର ପଲ୍ୟୁସନ ‘ରେଡ ଜୋନ’ରେ ଥିବା ଦର୍ଶାଇଛନ୍ତି। ଅର୍ଥାତ ରାଜଧାନୀ ଦିଲ୍ଲୀରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର। ଦୀପାବଳି ପରଦିନ ଅର୍ଥାତ ୨୧ ଅକ୍ଟୋବର ମଙ୍ଗଳବାର ସକାଳ ୬ଟା ବେଳେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୩୪୭ ଥିଲା। ତେବେ କିଛି ସ୍ଥାନରେ ଏହା ୪୦୦ ପାର କରିଯାଇଥିବା ଦେଖା ଯାଇଛି।

पहले यह संदेह था कि बीजेपी की दिल्ली सरकार का मल्टी-करोड़ “पटाखा लॉबी” के साथ कुछ समझौता था, लेकिन अब यह लगभग निश्चित है।

दिल्ली सरकार के जिला मजिस्ट्रेट, उनकी टीमें और दिल्ली पुलिस ने सामान्य पटाखों की अवैध बिक्री को नहीं रोका, हालांकि सुप्रीम कोर्ट की अनुमति केवल “हरे पटाखों”…

— Saurabh Bharadwaj (@Saurabh_MLAgk) October 21, 2025

ସକାଳ ୬ଟା ସୁଦ୍ଧା ବବାନାରେ ଏକ୍ୟୁଆଇ ୪୧୮ ଥିବା ବେଳେ ବଜୀରପୁରରେ ୪୦୮, ଜାହାଙ୍ଗୀରପୁରୀ ୪୦୪, ଆଇଟିଓରେ ୩୪୫, ଆୟା ନଗରରେ ୩୪୯, ଚାନ୍ଦିନୀ ଚୌକରେ ୩୪୭, ଆନନ୍ଦ ବିହାରରେ ୩୫୨, ନୋୟେଡାରେ ୩୨୪, ଗ୍ରେଟର ନୋୟେଡାରେ ୨୮୮, ଗାଜିୟାବାଦରେ ୩୨୬ ଓ ଗୁରୁଗ୍ରାମରେ ୩୩୮ ରେକର୍ଡ କରାଯାଇଛି। ଅନ୍ୟପଟେ ବଢୁଥିବା ପ୍ରଦୂଷଣ କାରଣରୁ ସିଏକ୍ୟୁଏମ ରବିବାର ଦିଲ୍ଲୀ ଏନସିଆରରେ ଜିଆରଏପି ଦ୍ୱିତୀୟ ପର୍ଯ୍ୟାୟ ଜାରି କରିଦେଇଥିଲେ। ଜିଆରଏପିରେ ପ୍ରଦୂଷଣ କମ କରିବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରାଯାଉଛି। ହେଲେ ଦୀପାବଳି ଆତସବାଜୀ ଏହି ଉଦ୍ୟମକୁ ବିଫଳ କରିଛି।

ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ଅକ୍ଟୋବର ୧୫ ତାରିଖ ଦିନ ଦିଲ୍ଲୀ-ଏନସିଆରରେ ଦୀପାବଳି ପାଇଁ  ସବୁଜ ଫୋଟକା ବିକ୍ରି ଓ ଉପଯୋଗର ଅନୁମତି ଦେଇଥିଲେ। ସକାଳ ୬ ଟାରୁ ୭ଟା ମଧ୍ୟରେ  ଓ ରାତି ୮ଟାରୁ ୧୦ ମଧ୍ୟରେ ଆତସବାଜୀ କରାଯାଇ ପାରିବ ବୋଲି ଅନୁମତି ଦେଇଥିଲେ। ହେଲେ ଦୀପାବଳି  ମଧ୍ୟ ରାତ୍ର ପରେ ମଧ୍ୟ ରାଜଧାନୀ ଦିଲ୍ଲୀରେ ଆତସବାଜୀ ଜାରି ଥିବା ବେଳେ ଲୋକେ ଏଥି ପାଇଁ ସାଧାରଣ ଫୋଟକା ବ୍ୟବହାର କରିଥିଲେ। ଫଳରେ ଜାତୀୟ ରାଜଧାନୀର ବାୟୁ ମାନ ଅତ୍ୟନ୍ତ ଖରାପ ହୋଇ ପଡିବାରୁ ଏବେ ରାଜନୈତିକ ଦଳରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଯାଇଛି।

जिस CM को लेकर “AQI” बोलना नहीं आता, आप उनसे क्या उम्मीद कर सकते हैं? pic.twitter.com/MfrNSopoAD

— Saurabh Bharadwaj (@Saurabh_MLAgk) October 21, 2025

Scroll to Top