ଦିଲ୍ଲୀରେ SIR ଝଡ଼: EC ଅଫିସକୁ ମାଡିଆସିଲେ ବିରୋଧୀ ସାଂସଦ, ବ୍ୟାରିକେଡ୍‌ ଭାଙ୍ଗିବା ବେଳେ ଉଠାଇନେଲା ପୋଲିସ

ଦିଲ୍ଲୀରେ-sir-ଝଡ଼:-ec-ଅଫିସକୁ-ମାଡିଆସିଲେ-ବିରୋଧୀ-ସାଂସଦ,-ବ୍ୟାରିକେଡ୍‌-ଭାଙ୍ଗିବା-ବେଳେ-ଉଠାଇନେଲା-ପୋଲିସ

ନୂଆଦିଲ୍ଲୀ: ‘ଭୋଟ୍ ଚୋରି’ ଅଭିଯୋଗ ବିରୋଧରେ ଦିଲ୍ଲୀରେ ବିଶାଳ ପଦଯାତ୍ରା। ନିର୍ବାଚନ କମିଶନଙ୍କ ବିରୋଧରେ ଜୋରଦାର ପ୍ରତିବାଦ।  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ପଦଯାତ୍ରାରେ ୩୦୦ରୁ ଅଧିକ ବିରୋଧୀ ନେତା ଓ ସାଂସଦ ସାମିଲ। ବିରୋଧୀ ସାଂସଦମାନେ ସଂସଦ ଭବନର ମକର ଦ୍ୱାରରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଯିବାବେଳେ ଅଟକାଇଥିଲା ପୋଲିସ। ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିଥିଲେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ  ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ଶେଷରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କରିଛି ପୋଲିସ।   

ଏହି ସମୟରେ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ବିରୋଧୀ ସାଂସଦମାନଙ୍କ ସ୍ଲୋଗାନ ମଧ୍ୟରେ ଅଖିଳେଶ ଯାଦବ ବ୍ୟାରିକେଡ୍ ଡେଇଁ ପଡ଼ିଥିଲେ। ବ୍ୟାରିକେଡ୍ ଡେଇଁ ପଡ଼ିଥିବା ଅଖିଳେଶ ଯାଦବଙ୍କୁ ସେଠାରେ ଉପସ୍ଥିତ ଅନ୍ୟ ନେତାମାନେ ସୁରକ୍ଷା ଦେଇଥିଲେ। 

ଅଖିଳେଶ ଯାଦବ କହିଛନ୍ତି ଯେ ନିର୍ବାଚନ କମିଶନଙ୍କୁ ଅନେକ ଥର ପଚରାଯାଇଛି। ଯଦି ଏପରି ଅଭିଯୋଗ ଆସିଛି, ତେବେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଏହାକୁ ବିଚାରକୁ ନିଆଯିବା ଉଚିତ। ସେ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ଭୋଟ ଚୋରି ହେଉଛି। ଆମେ ସଂସଦରେ ଆମର କଥା ରଖିବାକୁ ଚାହୁଁଛୁ କିନ୍ତୁ ସରକାର ଶୁଣିବାକୁ ଚାହୁଁନାହିଁ।

Scroll to Top