ନୂଆଦିଲ୍ଲୀ – ଦିଲ୍ଲୀରେ ଟ୍ରାଫିକ୍ର ସ୍ଥିତି କଣ ରହିଛି ? ଚିନ୍ତା କରନ୍ତୁ ନାହିଁ , ଏହା କେବଳ ଆପଣଙ୍କର ନୁହେଁ ଆମେ ସମସ୍ତେ ଭାବୁଛୁ , କାରଣ ଗୁଗଲ ମ୍ୟାପ୍ ସହର ଓ ଏହାର ଆଖପାଖ ଅଞ୍ଚଳ ପାଇଁ ରେଡ୍ ମୋଡ୍କୁ ଚାଲି ଯାଇଛି ଏବଂ ଉତ୍ସବର ଭିଡ଼ ମଧ୍ୟରେ ଲୋକେ ଘଣ୍ଟା ଘଣ୍ଟା ଟ୍ରାଫିକ୍ ଜାମ୍ରେ ଫସି ରହିଛନ୍ତି।
ଦିଲ୍ଲୀ ଭାରତର ସେହି ସହର ଗୁଡି଼କ ମଧ୍ୟରେ ଗୋଟିଏ ଯାହା ଦିନର ନିର୍ଦ୍ଦିଷ୍ଟ ସମୟରେ ଯାତାୟାତ କରିବା ଖୁବ୍ କଷ୍ଟ । ଦୀପାବଳି ସିଜିନରେ କେବଳ ସହରରେ ନୁହେଁ , ଏହାର ଆଖପାଖ ସହର ଉତ୍ତର ପ୍ରଦେଶର ଗାଜିଆବାଦ , ନୋଏଡା , ହରିଆଣାର ଗୁରୁଗ୍ରାମ ଓ ଫରିଦାବାଦ ସହ ଅନ୍ୟ ସହର ଗୁଡ଼ିକରେ ମଧ୍ୟ ପ୍ରମୁଖ ରାସ୍ତା ଗୁଡ଼ିକ ପାଖାପାଖି ପୂରା ଦିନ ଜାମ୍ ରହିଥାଏ।
ଗୁରୁବାର ମଧ୍ୟ ଯାତାୟାତ ଜାମ୍ର ସ୍ଥିତି ଜାରି ରହିଥିଲା ଏବଂ ଦକ୍ଷିଣ ଦିଲ୍ଲୀରେ ଆଉଟର ରିଙ୍ଗ୍ ରୋଡ୍ ଓ ରିଙ୍ଗ୍ ରୋଡ୍ , ପ୍ରଗତି ମୈଦାନ ଓ ବଦରପୁର ବର୍ଡର ମଧ୍ୟରେ ମଥୁରା ରୋଡ୍, ଅରବିନ୍ଦୋ ମାର୍ଗ , ବାରାପୁଲା ଏଲିଭେଟେଡ୍ ରୋଡ୍, ଦିଲ୍ଲୀ ନୋଏଡା ଡାଇରେକ୍ଟ (ଡିଏନଡି) ଫ୍ଲାଇୱେ, ଗାଜିଆବାଦ ଆଡ଼କୁ ଯାଇଥିବା ଦିଲ୍ଲୀ- ମିରଟ ଏକ୍ସପ୍ରେସୱେ ଭଳି ପ୍ରମୁଖ ମାର୍ଗରେ ବୁଧବାର ଭଳି ହିଁ ଦୃଶ୍ୟ ଦେଖିବାକୁ ମିଳିଥିଲା।
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଯାତ୍ରୀଙ୍କ ଦ୍ୱାରା ଟ୍ରାଫିକ୍ ଜାମ୍ ବିଷୟରେ ଲେଖାଯାଇ ଥିବା ଲେଖାର ବନ୍ୟା ଆସିଛି, ଯେଉଁଥି ପାଇଁ ଦିଲ୍ଲୀ ପୁଲିସକୁ ସ୍ଥିତିରୁ ବର୍ତ୍ତିବା ପାଇଁ ଗୁରୁବାର ସବୁ ଟ୍ରାଫିକ୍ କର୍ମଚାରୀଙ୍କ ଛୁଟିକୁ ବାତିଲ କରିବାକୁ ପଡ଼ିଥିଲା।
“ମୁଁ ଦିଲ୍ଲୀରେ ଏମିତି ଟ୍ରାଫିକ୍ କେବେ ଦେଖି ନାହିଁ ! ଦୁଇ ଘଣ୍ଟାରୁ ଅଧିକ ସମୟ ଗୋଟିଏ ସ୍ଥାନରେ ହିଁ ଫସି ରହିଛି , କିଛି ବି ଚାଲୁ ନାହିଁ। ୧୧୨ରେ ତିନି ଥର କଲ୍ କଲି, କିନ୍ତୁ କଲ୍ ଡ୍ରପ୍ ହୋଇ ଚାଲିଛି ଏବଂ କେହି କଲ୍ବ୍ୟାକ୍ କରି ନାହାନ୍ତି। କଣ ଗଡ଼ବଡ଼ ଅଛି! ଉତ୍ସବର ସିଜିନ ଆସୁଛି, ଏହି ସ୍ଥିତିରେ ଅଧିକାରୀଙ୍କ ଏ ବହୁତ ଖରାପ ପ୍ଲାନିଂ ,” ଜଣେ ୟୁଜର ଏକ୍ସରେ ଲେଖିଛନ୍ତି।
କିଛି ଲୋକ ଟ୍ରାଫିକ୍ର ସ୍ଥିତି ଉପରେ ନିଜର ନୈରାଶ୍ୟତା ବ୍ୟକ୍ତ କରିବାକୁ ମିମ୍ସର ସାହାରା ନେଇଛନ୍ତି। ଜଣେ ୟୁଜର ଏକ୍ସରେ ଏକ ମିମ୍ ପୋଷ୍ଟ କରି ଲେଖିଛନ୍ତି, ଦିଲ୍ଲୀରେ ଉତ୍ସବ ବେଳେ ଲୋକେ ଟ୍ରାଫିକ୍ ଜାମ୍ରେ ଫସି ରହିଛନ୍ତି। ଜଣେ ୟୁଜର ଆଶ୍ଚର୍ଯ୍ୟ ବ୍ୟକ୍ତି କରିଛନ୍ତି ଯେ, ଦୀପାବଳି ବେଳେ ଦିଲ୍ଲୀର ସବୁ ଭାଗରେ କେମିତି ଜାମ୍ ହୋଇପାରେ। ଏହି ମଧ୍ୟରେ ଦିଲ୍ଲୀ ପୁଲିସ କହିଛି ଯେ, ସାରା ସହରରେ ସର୍ବାଧିକ କର୍ମଚାରୀ ମୁତୟନ କରାଯାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ସ୍ୱତନ୍ତ୍ର ପୁଲିସ କମିଶନର (ଟ୍ରାଫିକ୍) ଅଜୟ ଚୌଧୁରୀଙ୍କ ଅନୁସାରେ କହିଛି , ମୋଟରସାଇକେଲରେ କର୍ମୀଙ୍କୁ ମୁତୟନ କରାଯାଇଛି ଏବଂ ଛୁଟି ଗୁଡ଼ିକୁ ବାତିଲ କରାଯାଇଛି। ଆମେ ଭିଡ଼କୁ ପରିଚାଳନା କରିବା ଏବଂ ଆଗାମୀ ଦିନରେ ସୁଚାରୁ ରୂପେ ଯାତାୟାତ ସୁନିଶ୍ଚିତ କରିବା ପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ।




