ଦିଲ୍ଲୀରେ କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା, ଆନ୍ଦୋଳନରେ ସାମିଲ ପୂର୍ବରୁ ଧମକ ଦେଲେ ସୋନମ ଓ୍ୱାଙ୍ଗଚୁକ୍ !
ଭାରତରେ ପହଁଚିବା ପରେ ଅଭିଜିତ ନିଜ ସୋସିଆଲ ମିଡିଆ ପେଜ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ବିମାନ ବନ୍ଦରରେ ପହଁଚି ଯାଇଛନ୍ତି । ଜନ୍ତରମନ୍ତରରେ ସମସ୍ତଙ୍କୁ ଭେଟିବା ପାଇଁ ସେ ଉତ୍ସାହିତ ଅଛନ୍ତି । ସମସ୍ତେ ବହି ଏବଂ ତ୍ରିରଙ୍ଗା ନେଇ ଆସନ୍ତୁ । ଏହାସହ ସହାନୁଭୁତି ଏବଂ କୃତଜ୍ଞତା ସ୍ୱରୂପ ପୋଲିସ କର୍ମୀଙ୍କୁ ଫୁଲ ପ୍ରଦାନ କରନ୍ତୁ । ଏହି ଆନ୍ଦୋଳନର ନେତୃତ୍ୱ ପ୍ରେମ ଏବଂ ଶାନ୍ତି ଦ୍ୱାରା କରିବାକୁ ହେବ ।
Published By: Ankit M – Prameya-News7 Bureau | June 06, 2026 10:08 AM
NEWS7
ଚଣ୍ଡିଗଡ,୦୬|୦୬:ଦିଲ୍ଲୀରେ ପହଁଚିଛନ୍ତି କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ । ସେ ସକାଳ ଟା୩୫ରେ ଆମେରିକାରୁ ଭାରତ ଆସିଛନ୍ତି ।ଯନ୍ତର ମନ୍ତରରେ ଆୟୋଜିତ ବିଶାଳ ବିକ୍ଷୋଭ ସମାବେଶରେ ସେ ଯୋଗଦେବେ ।
ଭାରତରେ ପହଁଚିବା ପରେ ଅଭିଜିତ ନିଜ ସୋସିଆଲ ମିଡିଆ ପେଜ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ବିମାନ ବନ୍ଦରରେ ପହଁଚି ଯାଇଛନ୍ତି । ଜନ୍ତରମନ୍ତରରେ ସମସ୍ତଙ୍କୁ ଭେଟିବା ପାଇଁ ସେ ଉତ୍ସାହିତ ଅଛନ୍ତି । ସମସ୍ତେ ବହି ଏବଂ ତ୍ରିରଙ୍ଗା ନେଇ ଆସନ୍ତୁ । ଏହାସହ ସହାନୁଭୁତି ଏବଂ କୃତଜ୍ଞତା ସ୍ୱରୂପ ପୋଲିସ କର୍ମୀଙ୍କୁ ଫୁଲ ପ୍ରଦାନ କରନ୍ତୁ । ଏହି ଆନ୍ଦୋଳନର ନେତୃତ୍ୱ ପ୍ରେମ ଏବଂ ଶାନ୍ତି ଦ୍ୱାରା କରିବାକୁ ହେବ ।
ତେବେ କକରୋଚ୍ ଜନତା ପାର୍ଟି ସିବିଏସଇ ଏବଂ ଏନଟିଏ ପ୍ରସଙ୍ଗରେ ଆନ୍ଦୋଳନ କରୁଛି ।ସିଜେପିର ପ୍ରଦର୍ଶନରେଏଥିରେ ଅନେକ ବଡ ବଡ ବ୍ୟକ୍ତି ସାମିଲ ହେଉଛନ୍ତି । ଲଦାଖର ସମାଜସେବୀ ତଥା ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ଓ୍ୱାଙ୍ଗଚୁକ୍ ମଧ୍ୟ ସିଜେପିକୁ ସମର୍ଥନ କରିବାକୁ ଦିଲ୍ଲୀ ଆସିଛନ୍ତି ।
ଗିରଫ କଲେ ଅନଶନ
HOPE FOR THE BEST, PREPARE FOR THE WORST.
Let’s make this the most peaceful movement in India’s history.
Please be vigilant that no miscreants play mischief.
See you all in Delhi tomorrow…#CockroachJantaParty #CJP #SonamWangchuk pic.twitter.com/qJAwal2wIy— Sonam Wangchuk (@Wangchuk66) June 5, 2026
ଏକ ଭିଡିଓ ମେସେଜରେ ସୋନମ ଓ୍ୱାଙ୍ଗଚୁକ୍ କହିଛନ୍ତି ଯେ, ସେ ଜୁନ୬ରେ ଦିଲ୍ଲୀ ଆସୁଛନ୍ତି । ଯଦି କୌଣସି କାରଣରୁ ଗିରଫଦାରୀ ହୁଏ ତାହାଲେ ସେ ଚୁପ୍ ବସିବେନି । ଏହାକୁ ବିରୋଧ କରିବେ । ଏପରିକି ଅନଶନ କରିବେ । ପ୍ରାୟ୬ସପ୍ତାହ ବା୪୨ଦିନ ଧରି ସେ ନଖାଇ ନପିଇ ଅନଶନ କରିବେ । ଏଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।